STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ପାଦ

ପାଦ

1 min
223


ଯେତେଦିନ ଯାଏ ମାଟି ସହ ତାର

ଅଭେଦ୍ୟ ସମ୍ପର୍କ ଥାଏ,

ସେତେଦିନ ଯାଏ ପାଦ ଦୁଇ ନିଜ

ଗାରିମାରେ ପୁର୍ଣ ରହେ।


ପାଦ ପାଏ ବୋଲି ମାଟିର ପରଶ

ମସ୍ତକର ଏତେ ଦର୍ପ,

ଯେଉଁଦିନ ପାଦ ବଙ୍କା ପଡିଯିବ

ଘରେ ପଶିଯିବ ସର୍ପ। 


ଜୀବନର ଭଙ୍ଗା ଖସଡ଼ା ପଥରେ

ଖସି ଯାଏ ଯେବେ ପାଦ,

ଚରିତ୍ରରେ ଲାଗେ କଳଙ୍କର ଦାଗ

ସମାଜରେ ଅପବାଦ।


ପାଦ ଯେବେ ଚାଲେ ଅସଂଯତ ହୋଇ

ଏରୁଣ୍ଡି ଡେଇଁଲା ପରେ,

ଶାନ୍ତି ଅନଳେ ଜଳେ କେତେ ହୃଦ

ନିଆଁ ଲାଗିଯାଏ ଘରେ।


ଆକାଶ ମୋହରେ ପଡ଼ି ଯେବେ ପାଦ

ସ୍ବଧର୍ମକୁ ତେଜି ଭ୍ରମେ,

ବାଟବଣା ହୁଏ ଜୀବନର ଦିଶା

ପୀଡା ହୁଏ ମର୍ମେ ମର୍ମେ।


ଶରୀରର ସର୍ବ ସ୍ନାୟୁ ତନ୍ତୁର

ସଙ୍ଗମ ସ୍ଥଳ ସେ ପାଦ

ଦେହ କ୍ଷେତ୍ର ପରେ ପାଦ ତୀର୍ଥସମ

ସ୍ଵଛ ଥିଲେ ଶୁଭପ୍ରଦ।


ସଂଯତେ ସେ ପାଦ ଗତିଶୀଳ ଥିଲେ

ସତ୍ୟ ଧର୍ମ ନ୍ୟାୟ ପଥେ,

ମହା ବିପଦ ବି ଟଳିଯାଏ କ୍ଷଣେ

ସ୍ୱର୍ଗ ସୁଖ ଏ ମରତେ।



Rate this content
Log in

Similar oriya poem from Abstract