ପାଦ ଦେଉ ଦେଉ
ପାଦ ଦେଉ ଦେଉ
ପାଦ ଦେଉ ଦେଉ ବଡ ଦାଣ୍ଡେ ତାର
ଦେଖି ଶ୍ରୀ ମନ୍ଦିରେ ନେତ
ବଡ ଦାଣ୍ଡ ଧୂଳି ମୁଣ୍ଡରେ ତୁ ମାରି
ସୁମରିବୁ ଜଗନ୍ନାଥ
ସେତ, ଅନାଥର ଅଟେ ନାଥ ।
ପହଁଚିବୁ ଯାଇ ଅରୁଣ ସ୍ତମ୍ଭଠି
ଲଭିବୁ ତାର ଆଶିଷ
ବାଇଶି ପାହାଚ ଧୂଳି ମୁଣ୍ଡେ ମାରି
ଦେଖିବୁ ବଟ ଗଣେଶ
ବେଢାରେ ବୁଲିବୁ ମ
ନ୍ଦିରେ ପଶିବୁ
ଗରୁଡ଼ ପଛରେ ଦର୍ଶନ କରିବୁ
ମନ ହୋଇଯିବ ପ୍ରିତ ।
ତା ପରେ କରିବୁ କମଳା ଦର୍ଶନ
ବିମଳା ଦର୍ଶନ ସାରି
ଆନନ୍ଦ ବଜାରେ ଛପନ ଭୋଗରେ
ଦେଖି ମନ ଯିବ ପୁରି
ଭୁଞ୍ଜିବୁ ଅବଢ଼ା ହୁଏ ନି ଯା ବଢ଼ା
ମାଖନ ମିଶିରି ମାଲପୁଆ ପେଡା
ଶାନ୍ତି ହୋଇଯିବ ଚିତ୍ତ ।