Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୌମ୍ୟରଞ୍ଜନ ନାୟକ

Inspirational

4.0  

ସୌମ୍ୟରଞ୍ଜନ ନାୟକ

Inspirational

ଆସ ଗଛଟିଏ ଲଗାଇବା

ଆସ ଗଛଟିଏ ଲଗାଇବା

1 min
212


ଗଛରୁ ମିଳଇ ଶୀତଳ ପବନ

ଆଉ ମୂଲ୍ୟବାନ ଛାଇ 

ବାଟୋଇଭାଇଟି ଅଂଶୁଘାତ ଭୟେ

ବସିପଡ଼େ ସେଠିଯାଇ ।


ଗଛ ଅଛି ବୋଲି ଆକାଶ ବକ୍ଷରୁ

ବରଷା ଯାଏ ଝରି 

ଅମୃତସମାନ ଅମ୍ଳଜାନବାଷ୍ପ

ବାୟୁମଣ୍ଡଳେ ଦିଏ ଭରି ।


ଉଷ୍ମତାବର୍ଦ୍ଧକ ଅଙ୍ଗାରକାମ୍ଳବାଷ୍ପ

ନିଏ ନିଜେସବୁ ଶୋଷି

ଦେଇ ଅମ୍ଳଜାନ ବଞ୍ଚାଏ ଜୀଵନ

ସୁରକ୍ଷିତ ପୃଥିବୀବାସୀ ।


ଜଙ୍ଗଲ ଅଟଇ ପଶୁପକ୍ଷୀଙ୍କର

ସୁରକ୍ଷିତ ବସାଘର 

ଖାଦ୍ୟ ଜାଳେଣି ମୂଲ୍ୟବାନ ଔଷଧର

ପ୍ରାକୃତିକ ଗନ୍ତାଘର ।


ବୃକ୍ଷଛେଦନ ହେତୁ ପୃଥିବୀ ପୃଷ୍ଠରୁ

ଜଳସ୍ତର ହେଉଛି ହ୍ରାସ 

ଚିନ୍ତାକର ଭାଇ ଜଳହିଁ ଜୀବନ

ତା' ବିନା କିପରି କରିବା ବାସ ।


ଜଙ୍ଗଲକ୍ଷୟ ଯୋଗୁ ବଢୁଛି

ତାପମାତ୍ରା ଆଉ ମୂର୍ତ୍ତିକାକ୍ଷୟ  

ବୃକ୍ଷ ସୁରକ୍ଷିତ ହେଲେ ନଥିବ

ପ୍ରାକୃତିକ ଦୁର୍ବିପାକର ଭୟ ।


ସ୍ଵାର୍ଥେ ଅନ୍ଧ ହୋଇ ଜଙ୍ଗଲ ଧ୍ବଂସକରି

କରୁଛେ ଅଟ୍ଟାଳିକାମାନ 

ହେବ ଅମ୍ଳବର୍ଷା ଓଜୋନରନ୍ଧ୍ରର କୁପ୍ରଭାବ

ପ୍ରତି ନଦେଲେ ଧ୍ୟାନ।


ଗଛ ଯୋଗାଉଛି ମୌଳିକ ଜିନିଷ

ଖାଦ୍ୟ ,ବସ୍ତ୍ର , ବାସଗୃହ 

ବୃକ୍ଷରୋପଣ କର୍ତ୍ତବ୍ୟ ଆମର

ମନରେ ରଖିବା ଆଗ୍ରହ ।


ଉଦ୍ଭିଦଜଗତ ପ୍ରାଣୀଙ୍କର ହିତେ

ପ୍ରକୃତିର ବରଦାନ

ଜଗତେଦୁର୍ଦ୍ଦିନ ଆସିବା ପୂର୍ବରୁ

ବେଳହୁଁ ହେବା ସାବଧାନ ।


ହୋଇ ସଚେତନ ଆମେ 

ହିନ୍ଦୁସ୍ଥାନ ହେଲ୍ପିଙ୍ଗ୍ ହ୍ଯାଣ୍ଡ୍ ସହ ଯୋଗଦେବା 

ପ୍ରକୃତିକୁ ସବୁଜିମାରେ ଭରିଦେବା

ଆସ ଗଛଟିଏ ଲଗାଇବା ।

ଆସ ଗଛଟିଏ ଲଗାଇବା ।। 


Rate this content
Log in

Similar oriya poem from Inspirational