STORYMIRROR

Ajay kumar Behera

Inspirational Others

3  

Ajay kumar Behera

Inspirational Others

ମୋ ଭାରତ

ମୋ ଭାରତ

1 min
248


କାଶ୍ମୀର ଠାରୁ କନ୍ୟାକୁମାରୀ

ବିଶାଳ ପୁଣି ଆମ ହିମାଳୟ ଗିରି

ଝର ଝର ହୋଇ ଯାଏ ରେ ଝରି

ସତେ ଗଙ୍ଗା ଆଉ ଗୋଦାବରୀ......


ମିଶା ମିଶି ବହୁ ଧରମର ଦେଶ

ଏଇ ଆମ ଭାରତ ବରଷ

ତଥାପି ସଭିଏଁ ହୋଇଣ ଏକ

ରଖନ୍ତି ସଭିଏଁ ଆମ ଦେଶର ଟେକ......


ବିଶ୍ୱ ମାନଚିତ୍ରେ ପୁଣି

ମୋ ଭାରତ

ଦିଶେ କେଡ଼େ ସୁନ୍ଦର

ପାରାବାର ଧୋଇ ଦିଏ ସତେ

ଚରଣ ଯାହାର.....


ସୀମାହୀନ ଘଞ୍ଚ ଜଙ୍ଗଲ

ଅଛି କେତେ ଏଇ ଦେଶରେ

ମନ ଭରି ଯାଏ ସତେ

ଥରେ ଦେଖିଲା ପରେ....


କେତେ କେତେ ଦର୍ଶନୀୟ ସ୍ଥାନ ରହିଛି

ଏଇ ଆମ ଦେଶରେ

କୋଣାର୍କ, ପୁରୀ ସତେ

ଆମ ଗୌରବ ରକ୍ଷା କରେ....


ମାଆ କାଳିଜାଈ ପ୍ରତ୍ୟେକ୍ଷ ଦେବୀ

ଶୋଭନ୍ତି ସେ ଚିଲିକା ଠାରେ

ରଙ୍ଗ ବେରଙ୍ଗୀ ବାରବୁଲା ପକ୍ଷୀ

ସେଠି ଦେଖିଲା ପରେ

ଖୁସିରେ ମନ ନାଚି ଯାଏରେ....


ପ୍ରେମର ପ୍ରତୀକ ତାଜମହଲ

ଅଛି ଯେ ଆଗ୍ରାଠାରେ

ଗଢି ଥିଲେ ଶାହଜାହାନ

ବେଗମଙ୍କ ପ୍ରେମ ସ୍ମୃତି ପାଇଁରେ......


କେଡ଼େ ଗୌରବମୟ

ଇତିହାସ ପୁଣି ଆମ ଦେଶର

ଶୁଣିଲେ ପଢିଲେ

ଇଚ୍ଛା ହୁଏ ସତେ

କରିବାକୁ ତାକୁ ଶତ ଜୁହାର....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational