ମୋ ଗୁରୁ
ମୋ ଗୁରୁ
ସ୍ନେହର ଅବଗୁଣ୍ଠନ ଖୋଲିଦେଇ
ଢାଳି ଜ୍ଞାନର ପୀୟୂଷ,
ତୁମେ ହିଁ ଭରିଲ ନିରସ ମନରେ
ଚିରନ୍ତନ ଖୁସି ହରସ ।
ତୁମରି ଦୁର୍ଲଭ ଆଶିଷ ଖୋଜରେ
ଅତିକ୍ରମ କରି କେତେ ପଥ,
ଶେଷରେ କ୍ଲାନ୍ତ ହେଲି ମୁଁ ଯେବେ
ବଢ଼େଇଦେଲ ତୁମେ ହାତ ।
ଶିଳାର ବୁକୁରେ ଛୁଟିଲା ଯେପରି
ଆନନ୍ଦର ଝରଣା ଧାରା,
ତୃଷ୍ଣା ମେଣ୍ଟେଇଲା ଚାତକର ପୁଣି
ତାହାରି ଅଶ୍ରୁଧାରା ।
ହେ ମୋ ଈଶ୍ୱର ହେ ମୋ ପିତା,
ତୁମେ ମୋ ପୁସ୍ତକ
ତୁମେ ହିଁ ଜ୍ଞାନ ଦାତା ।
ଗଣିତ, ବିଜ୍ଞାନ ପୁଣି ସାହିତ୍ୟ ,
କରି ମୋ ମାର୍ଗ କଲ ଅଲୋକମୟ ।
ଗୁରୁଙ୍କ ସ୍ଥାନ ନବ ବା କିଏ?
ଯାହାକୁ ଏ ସଂସର ବ୍ରହ୍ମରୂପୀ ଯସ ଦିଏ।
ଅନ୍ଧକାର ଦୂର କରି କଲ ପ୍ରକାଶିତ ମୋ ଜୀବନ,
ସେହି ମହାପୁରୁଷଙ୍କୁ ମୋରୋ କୋଟିଏ ନମନ ।
