ଉଦ୍ଧାର ଏ ଜଞ୍ଜାଳ
ଉଦ୍ଧାର ଏ ଜଞ୍ଜାଳ
ଏ ସଂସାର ବହୁ ସଂକ୍ରମ ,
ପ୍ରାଣୀ ବା ହେଉ ସେ ଜଡ
ସବୁ ହେଲେ ସ୍ୱାର୍ଥର ଧଡ଼ ।
ଏ ଜୀବନ ଗୋଟେ ଯୌବନ ଯାହା କି ପରମ ଦାନ,
ହେ ମନୁଷ୍ୟ ଗଣ କାହିଁ ତମ ପଣିଆ କାହିଁ ତମ ଧର୍ମ?
କାହିଁ ସେ ପୁରାଣ ବା କାହିଁ ତମ କର୍ମ?
ଏ ସଂସାର ତ ପରିପୂର୍ଣ୍ଣ ସ୍ୱାର୍ଥ ଓ ଅହଂକାର ,
କିପରି ନେବ ଶ୍ୱାସ? ଏ ଅମଣିସ ସଂସାର ।
ହେ ପ୍ରଭୁ ଜଗନ୍ନାଥ ଟିକେ ତ ଦୟା କର,
ସେ ରତ୍ନ ସିଂହାସନ ତଳେ, ନ ଅଗ୍ନି କାଣ୍ଡ କର ।
ହେ ମହାବହୁ ତମେ ଧରା କୁ ପଦ ଧର,
ପାପୀ ମହାପାପୀ ଙ୍କର ଆଜି ନାଶ କର ।
ବ୍ୟକ୍ତିଗତ ବା ପଦଗତ କରିଛି ବଶୀଭୂତ,
ମାୟା ମୋହ ଏ ଜଞ୍ଜାଳ, କଲା ଆକ୍ରମଣ,
ଈଶ୍ୱର ଭକ୍ତି ଭାବ ଗଲା ମଶାଣି ମରଣ ।
ଅନାଚର ଦୁରାଚାର ତା ସହ ଅତ୍ୟାଚାର,
ଦରିଦ୍ର ଶୋଷଣ ଓ ନାରୀଙ୍କୁ କୁବ୍ୟଭାର ।
ଏ କଣ ଘଟୁ ଅଛି ଅନ୍ତ ମୁଖେ,
କାଇଁ ଏତେ ହିଂସା କାହିଁ କ୍ରୋଧ ଦୁଃଖେ ।
ହେ ମୋରୋ ଦୀନବନ୍ଧୁ ଏ ଜଗତ ଉଦ୍ଧାର ,
ପାପ ନାଶ କରି କର ଏ ଧାରା କୁ ଧାର ।
ସବୁ ତମ ଦାନ ତଥାପି ଏତେ ଅଭିମାନ?
ଧନ, ଜ୍ଞାନ, ଯସ ସବୁ କୁ କର ନାଶ,
ଅନ୍ୟଥା ନିକଟରେ ଅଛି ସୁଦର୍ଶନ ସର୍ବନାଶ!
