STORYMIRROR

Soubhagya Pattanaik

Abstract

4  

Soubhagya Pattanaik

Abstract

ଏକୁଟିଆ ଜୀବନ ମୋର

ଏକୁଟିଆ ଜୀବନ ମୋର

1 min
34

ଜୀବନ ମୋର ଯାଉଛି ହସି ହସି ବିତି,

ଜଣା ପଡୁନି କେଉଁଠି ଆରମ୍ଭ କେଉଁଠି ଇତି।


ନା ଧନ ନା ଯଶ ନା ଅଛି ଜ୍ଞାନ,

ସମାଜ ରେ ନାହିଁ ମୋର ମାନ।


ମୁଁ ଥିବା ଯାହା ନଥିବା ତାହା ଲୋକଙ୍କ ପାଇଁ,

ଆଜି ମୋ ଆଖ ପାଖ ରେ ଗୋଟେ ହେଲେ ମଣିଷ ନାହିଁ।


ନିଜକୁ ଏକୁଟିଆ ଯେତେ ଭାବୁଛି,

ସେତେ ଗମ୍ଭୀରତା ରେ ବୁଡି ଯାଉଛି। 


ଜାଣିନି କିପରି କେବେ ବାହାରିବି ଏ ମାୟା ଜାଲ ରୁ,

ଫେରେ ଖୁସି ହେବି ଟିକେ ନିଜ ମନରୁ।


ଚିହ୍ନାପଡୁନି ପର କିଏ ନିଜର କିଏ,

ଜଣାପଡୁନି ପ୍ରେମ ଓ ସାହାଯ୍ୟ ଦେବ କିଏ।


କାହିଁ ଅଛି ମୁଁ ଏଠି କଣ କରୁଛି ମତେ କିଏ ହେଲେ କୁହ,

ନିରର୍ଥକ ଜୀବନ ଟିଏ ମୋର କେହି ନ ପୋଛିବାକୁ ଆସିବେ ଲୁହ। 


ଏକୁଟିଆ ଗୋଟେ କାନ୍ଥ କୋଣ ରେ ବସି କାଟୁଛି ଦିନ,

କେବେ ସରିବ ଏ କଷ୍ଟ ଓ ଖୋଜିପରିବି ନିଜ ମନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract