STORYMIRROR

Soubhagya Pattanaik

Classics Inspirational Children

4  

Soubhagya Pattanaik

Classics Inspirational Children

ଓଡ଼ିଆ ଆମେ

ଓଡ଼ିଆ ଆମେ

1 min
297

ଓଡ଼ିଆ ଆମେ ଓଡ଼ିଆ ଆମେ, ଓଡିଶା ଆମ ମାଟି।

ଲକ୍ଷେ ଜନାଗମ ପଞ୍ଚ ଧରମ, ଏକାଠି ଆମ ସାଥି। 

ଏକତ୍ର ଭାବର ପ୍ରଭାବ ଏପରି ହେବ ଏଠି,

ନାରୀ ସଂମାନ, ମାତୃତ୍ୱ ବିସ୍ତାର; ସଂଭିୟେ ଉଠିବେ ହସି। 

ଇତିହାସ ର ପୃଷ୍ଠା ଖୋଲିଯିବ ଉତ୍କଳ ନାମେ ତାର,

ନେତାଜୀ କୁହ ଅବା ବିଜୁ ବାବୁ, ଗୋଟେ ପରେ ଗୋଟେ ବୀର। 

କୀର୍ତ୍ତି ବର୍ଣ୍ଣନା ନୁହେଁ ଯେ କେବଳ ବିର, 

ଓଡିଶା ର ନାମ ହୋଇଅଛି ବିଭିନ୍ନ ରୂପେ ବିସ୍ତାର। 


ଆହା କି ଭୁବନ, ଓଡିଶା ଏ ମୋର, ଯିବି ବା ଆଉ କାହିଁ କୋଉଠି? 

ଈଶ୍ୱର ଦୟାରେ ବିସ୍ତାର କରିଛି, ନଦୀଏ ବହୁ ଏଇଠି। 

କଟକ ବିରାଜିତ ନଦୀ ଏ ମହାନ, ନାମ ତାର ମହାନଦୀ;

ବୈତରଣୀର ସୌନ୍ଦର୍ଯ୍ୟ ନ ଦେଖି ରହିହେବନି ଏଠି।

କାଠଯୋଡ଼ିର ଜଳ ରେ ହୁଏ ଚାଷ ପ୍ରବାହ,

ଓଡ଼ିଆ ମାଟିର ପଖାଳ ନ ଖାଇ ପେଟକୁ ନ କେବେ ପୁରାଅ।


ମହାପ୍ରଭୁଙ୍କ ମହିମା ବିସ୍ତାର ହୋଇଅଛି ଏଠାରେ,

ଶ୍ରୀକ୍ଷେତ୍ର ଧମେ ବାସ କରି, ଦେଖୁଚି ଚକା ନୟନେ। 

ଲିଙ୍ଗରାଜ ମହାପ୍ରଭୁଙ୍କ ବର, ଦିନ କଟେ ସୁଖରେ।

କୋଣାର୍କ ଦର୍ଶନ କରି ନ ଆସିଲେ ମନ ନ ପୁରେ ଖୁସିରେ। 


ବିଶାଳ ରାଇଜ ଓଡିଶା ଆମର, ବ୍ୟାପକ ଏହାର ନୀତି।

ବିଦ୍ୟାଳୟ ବଳେ, ନବ ଓଡିଶା ଗଢିବ ଆମ ଭାବିଷ୍ୟଟି। 

ସୁନ୍ଦର ବନ, ନୀଳ ଆକାଶ, ବାସ କରେ ଏହି ରାଷ୍ଟ୍ରେ।

ସଂଭିୟେ ମୁହେଁ ଖୁସି ଫୁଟାଏ ବିଭିନ ପ୍ରକାର ବେଶ,

ଏକତ୍ର ବଳରେ ଏକାଠି କରିବା ଆମର ଏହି ପ୍ରଦେଶ। 

ସରକାର, ନାଗରିକ, ଶ୍ରମିକ ବା ହେଉ ସେ କର୍ମଚାରୀ,

ବୃଦ୍ଧ, ବାଳକ, ଯୁବକ ବା ହେଉ ସେ ଗୃହଣୀ ନାରୀ।

ସଂଭିୟେ ହେବା ଏକତ୍ର, ଓଡିଶା କଳା ର ହେବ ବିସ୍ତାର;

ଆମେ ଓଡ଼ିଆ ଆମେ ଓଡ଼ିଆ, ରହିବ ଆମ ମାନ,

ଆସ ବାହାରି ଏକାଠି ହେବା, ଗଢିବା ଆମ ନୂଆ ସମ୍ମାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics