STORYMIRROR

Soubhagya Pattanaik

Abstract

2  

Soubhagya Pattanaik

Abstract

ଦଣ୍ଡ ବିଧାୟନ

ଦଣ୍ଡ ବିଧାୟନ

2 mins
206

କରୋନା କହୁଛି ତୁ କଣ ମାରିବୁ 

               ମୁଇଁ ମାରିଦେବି ତତେ 

କେତେ ବୁଦ୍ଧି ତୋର ପରୀକ୍ଷା କରିବି 

            ବାହାଦୁରି ମାରୁ ମତେ


ମଣିଷ ଜନ୍ମ ତୁ ପାଇଗଲୁ ବୋଲି 

               ଇନ୍ଦ୍ର ଚନ୍ଦ୍ର ମାନୁନାହିଁ 

ତୋର ଗର୍ବ ଆଜି ତତେ ଖାଉଅଛି 

           ପାସ୍ତାଉଛୁ କାହିଁପାଇଁ


ପ୍ରଭୁ ଭଗବାନ ସୃଷ୍ଟି କରିଥିଲେ 

             ମଣିଷ ସାଙ୍ଗରେ ପଶୁ 

ପଶୁ ପକ୍ଷୀଙ୍କର ବୁଦ୍ଧି ନାହିଁ ବୋଲି 

            ଅଵିଵେକୀ ପରି ହସୁ


ସମସ୍ତଙ୍କର ତ ଅଧିକାର ଅଛି 

              ସମାନ ଭାବେ ବଞ୍ଚିବା 

କିଏ ତତେ ସେଇ ଅଧିକାର ଦେଲା 

            ପଶୁ ପକ୍ଷୀଙ୍କୁ ମାରିବା


ଅତ୍ୟାଚାର ତୋର ଏତେ ବଢିଗଲା 

             ପଶୁ ପକ୍ଷୀ ମେଲି ହେଲେ 

ସୃଷ୍ଟିକର୍ତାଙ୍କର ନିକଟକୁ ଯାଇ 

            ନିଜ ଦୁଃଖ ଜଣାଇଲେ


ସବୁ ଶୁଣିସାରି ପଚାରିଲେ ପ୍ରଭୁ 

            କେଉଁ ଦେଶେ ହୁଏ ବେଶି 

ପଶୁପକ୍ଷୀଙ୍କର ବେଶି ହତ୍ୟା ହୁଏ 

            ଜିଅନ୍ତା ଦିଅନ୍ତି ଫାସୀ


ପଶୁଙ୍କର ରାଜା ହାତ ଯୋଡି କହେ 

            ଚୀନ ବୋଲି ଏକ ଦେଶ 

ବୁହାନ ବୋଲି ଏକ ସୌନ୍ଦର୍ଯ୍ୟ ସହର 

            ବୁଲିଯିବେ କି ତା ପାସ


ସେହି ସହରର ପଶୁ ର ବଜାର 

              ବିଶ୍ୱ ରେ ହୁଏ ପ୍ରସିଦ୍ଧି 

ପଶୁ ହତ୍ୟା ହୁଏ କଞ୍ଚା ମାଂସ ଖାଇ 

             ଚୀନ ର ବଢ଼ଇ ବୁଦ୍ଧି


କଅଁଳି ଘୋଡାଟା କାନ୍ଦି କାନ୍ଦି କହେ 

              ବାନ୍ଧି ଦେଇଥାନ୍ତି ମତେ

ଗୋଟିଏ ଗୋଡ଼କୁ ଜିଅନ୍ତା କାଟନ୍ତି 

          ଗ୍ରାହକ ଦେଖିବୁ କେତେ


ଗୋଟିଏ ଗୋଡ଼ର ବିକ୍ରୟ ସରିଲେ 

             ଅନ୍ୟ ଗୋଡ଼ ହୁଏ କଟା 

ଜିଅନ୍ତା ମାଂସର ଡିମାଣ୍ଡ ବେଶି ବୋଲି 

          ମୋହରି ଭାଗ୍ୟ ଟା ଫଟା


ମାଙ୍କଡ କାନ୍ଦଇ ଆହେ ଲୀଳାମୟ 

            ଯେତେ ଥାନ୍ତି ଧନୀ ଘର 

କଞ୍ଚା ମସ୍ତିସ୍କକୁ କିଣି ଖାଇଥାନ୍ତି 

         ତେଣୁ ମୃତ୍ୟୁ ହୁଏ ମୋର


କଅଁଳି ମୂଷାଟା ଜନ୍ମ ହୋଇଥାଏ 

              ଆଖି ଦିଶୁନାହିଁ ତାର 

ପ୍ରଭୁ ପାଖ ଯାଇ ଗୁହାରି କରଇ 

          ଗୁହାରି ଟା ଶୁଣ ମୋର


ଜନ୍ମ ହେଲା ପରେ ଧରି ନେଇ ମୋତେ 

                ବଜାରକୁ ନେଇଥାନ୍ତି 

ଜିଅନ୍ତା ଥାଇ ମୁଁ ସସ ଦେଇ ମୋତେ 

          ଚୋବେଇ କି ଖାଇଥାନ୍ତି


କୁକୁର କୁକୁଡ଼ା ଗାଇ ଓ ଘୁଷୁରୀ 

              ବିଲେଇ ସର୍ପ ନେଉଳ 

ପ୍ରଭୁଙ୍କର ପାଖେ ଗୁହାରି କରନ୍ତି 

             ଏହାର ବିଚାର କର


ସୃଷ୍ଟିକର୍ତାଙ୍କର ଦେହ ଥରିଗଲା 

               ଆଖିରୁ ବାହାରେ ପାଣି 

ସମସ୍ତ ପଶୁଙ୍କୁ ଆଶ୍ୱାସନା ଦେଇ 

            ବୁଝାଇଲେ ଚକ୍ରପାଣି


କୋରୋନା କୁ ଡାକି ଆଦେଶ ଦିଅଇ 

               ଭୁତାଣୁରେ ତୁହି ମୋର 

ଚୀନ ର ବୁହାନ ସହର କୁ ଯାଇ 

          ତୋ କାୟା ବିସ୍ତାର କର


କୋରାନା ଭାବିଲା ପଶୁଙ୍କଠୁଁ ମୁହିଁ 

                 ମଣିଷ ପାଖକୁ ଯିବି 

ମଣିଷ ଜାଣିବ ପଶୁ ଠୁଁ ମୁଁ ସୃଷ୍ଟି 

              ମୁଣ୍ଡ ଗରମ କରିବି


ଜଣ ଜଣ କରି ଆକ୍ରାନ୍ତ ହୋଇଲେ 

               ଡାକ୍ତର ବି ବାଦ ନାହିଁ 

ଡାକ୍ତରର ଯେବେ ମୃତ୍ୟୁ ହୋଇଗଲା 

           ବିଶ୍ୱ ଥରେ ଏଥିପାଇଁ


ପଶୁମାନେ ଦିନେ କାନ୍ଦୁଥିଲେ ବୋଲି 

                ଆଜି ମଣିଷ କାନ୍ଦିଲା

କରୋନା ଭୁତାଣୁ ପ୍ରଭୁଙ୍କର ସୃଷ୍ଟି 

         କେତେଟେ ଜୀବନ ନେଲା


ପ୍ରଭୁ କହୁଛନ୍ତି ଏବେବି ସମୟ 

               ଅଛିରେ ବହୁତ ତୋର 

ଯିବେ ଦୟାକରି ଅଧିକାର ଦେଲେ 

           କରୋନା ହୋଇବ ଦୁର


ଜୀବଜଗତ ଟା ସୃଷ୍ଟି କରିଥିଲି 

              ବେଶି ବୁଦ୍ଧି ଦେଲି ତତେ 

ସମସ୍ତଙ୍କୁ ତୁହି ସମାନ ଭାବିବୁ 

           ଜବାବ ତୁ ଦିଅ ମୋତେ  


Rate this content
Log in

Similar oriya poem from Abstract