STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Inspirational

3  

ନାୟକ ଅକ୍ଷୟ ରାଜହସ୍ତୀ

Inspirational

ହେ ପୂଜ୍ଯ ନେତାଜୀ

ହେ ପୂଜ୍ଯ ନେତାଜୀ

1 min
177

ପ୍ରାତଃ ସ୍ମରଣୀୟ ହେ ପୂଜ୍ଯ ନେତାଜୀ

ବିଶ୍ଵ ନେତା ହେ ବୀର

ଯୁବ ବିପ୍ଳବର ପୁଣ୍ଯ ସୂତ୍ରଧର

ଘେନ ଜାତି ନମସ୍କାର ll

ସାତ ବରଷରେ ତୀର୍ଥ ବୁଲିଲ

ଜୀବନ ଦର୍ଶନେ ଅଦ୍ଭୁତ ଚିନ୍ତା

ବିବେକ ପରମଙ୍କ ମାର୍ଗ ଅନୁସରି

ତୁମେ ସତ୍ୟ ଶିବର ଉଦ୍ଗାତା ll

ଗୁରୁ, ସାଧୁ ଯେ କେହି ହୁଅନ୍ତୁ

କଥାର ଜାବାବ ଦିଅ

ତୁଳସୀ ପତ୍ର ବସିଲା ପରି

ବିପ୍ଳବୀ ସଂକେତ ପ୍ରିୟ. Il

ନାଗପୁରରେ ଯୁବ ସମ୍ମିଳନୀ

ଦିଏ ନୂଆ ଉନ୍ମାଦନା

ବିନା ଧ୍ଵଂସରେ ନୂଆ ସୃଷ୍ଟି ଅସମ୍ଭବ

ଲକ୍ଷ୍ଯ ସ୍ଵାଧୀନତାର ବାନା ll

ଲକ୍ଷ୍ମୀ ସେହେଗାଲ ପରି ମହୀୟସୀ

ଫୈଜୀରେ ହେଲେ ସାମିଲ

ହିଟଲର଼ ସହ ବନ୍ଧୁ ସମ୍ପର୍କରେ

କ୍ଷଣିକରେ ବାନ୍ଧି ହେଲ ll

ମୋତେ ରକ୍ତ ଦିଅ, ଦେବି ସ୍ଵାଧୀନତା

ତବ ଅଗ୍ନି ସ୍ଫୁଲିଙ୍ଗ ବାଣୀ

ବିଶ୍ଵ ଇତିହାସରେ ଏକ ଫର୍ଦ୍ଦ

ନେଲା ଜନ ମନ କିଣି ll

ଆଉ ଥରେ ଆସ ହେ ପୂଜ୍ଯ ନେତାଜୀ

ଝୁରୁଛି ଆଜି ଏ ଜାତି

ତୁମ ବିନା ବିଶ୍ଵ ଲାଗେ ଲୁଚି ଯାଏ

ଦେଖି ଦେଶ ପରିସ୍ଥିତି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational