STORYMIRROR

Ghanashyam Biswal

Inspirational

3  

Ghanashyam Biswal

Inspirational

ଛୋଟରୁ ବଡ଼

ଛୋଟରୁ ବଡ଼

1 min
243

ଛୋଟ ଛୋଟ ଜଳବିନ୍ଦୁ

ସାଗର ହୁଅନ୍ତି

ଛୋଟ ଛୋଟ ଧୁଳିକଣା

ବାଲିସ୍ତୁପ ଯେ ଗଢନ୍ତି

ଛୋଟ ଦୀପ ଟିଏ ହୋଇ

ଅନ୍ଧାରକୁ କରେ ଦୂର ।

ଛୋଟ ଛୋଟ ପ୍ରୟାସ ପୁଣି

କରେ ଚମତ୍କାର

ଛୋଟ ଏକ ଚିନ୍ତାଧାରା

ମଣିଷ ଦିଏ ବଦଳାଇ

ଛୋଟ ମଣିଷ ପୁଣି ଯେ

ଦୁନିଆ ଜିତଇ ।

ଛୋଟ ଏକ ସ୍ବପ୍ନ ଗଢେ

ସୁନାର ମଣିଷ

ଛୋଟ ଏକ ଆଶା ପୁଣି

ଯୋଗାଏ ସାହସ

ସଂସାରରେ ବଡ଼ ଛୋଟ

କେହି ବି ନାହାନ୍ତି

ଉଚ୍ଚ ମନ ଉଚ୍ଚ ସ୍ୱପ୍ନ ବଳେ

ଜଗତ ଜିଣନ୍ତି ।



Rate this content
Log in

Similar oriya poem from Inspirational