ଏଇ ଦେଶର ପୁଅରେ ଆମେ
ଏଇ ଦେଶର ପୁଅରେ ଆମେ
ଏଇ ଦେଶର ପୁଅରେ ଆମେ
ଏଇ ଦେଶର ଝିଅ
ଏଇ ମାଟିର ପାଣି ପବନେ
ଗଢ଼ା ଆମରି ଦେହ...
ଏଇ ଦେଶର ପୁଅରେ ଆମେ.................।
ଯେଉଁ ଦେଶରେ ଜନମି ଥିଲେ
ଗାନ୍ଧି ଓ ଗୋପବନ୍ଧୁ
ସାରା ଦୁନିଆଁ ବୁହାଇ ଥିଲେ
କରୁଣା ଭରା ସିନ୍ଧୁ,
ସତ୍ୟ--ଶାନ୍ତି--ଦୟା--କ୍ଷମାର
ଛୁଟାଇ ଥିଲେ ସୁଅ....
ଏଇ ଦେଶର ପୁଅରେ ଆମେ.................।
ଯେଉଁ ଦେଶରେ ଗଙ୍ଗା ବହେ
ସାମ୍ୟର ଗୀତି ଗାଇ
ଯେଉଁ ଦେଶର ଶାନ୍ତି ବାର୍ତ୍ତା
ମରମକୁ ଯାଏ ଛୁଇଁ,
ମଥାରେ ଯା'ର ଶୋଭା ପାଉଛି
ମୁକୁଟ ହିମାଳୟ....
ଏଇ ଦେଶର ପୁଅରେ ଆମେ......….......।
କାଶ୍ମୀର ଠାରୁ କନ୍ୟାକୁମାରୀ
ସବୁରି ମନ ମୋହେ
ତ୍ରିରଙ୍ଗା ଯା'ର ମଥାରେ ଉଡେ
ଅତୀତ ଗାଥା ଗାଏ,
କେମିତି ସତେ ଭୁଲିବୁ କୁହ
ଏଇ ମାଟିର ମୋହ....
ଏଇ ଦେଶର ପୁଅରେ ଆମେ.................।
