STORYMIRROR

Gunanidhi Samal

Inspirational Others

3  

Gunanidhi Samal

Inspirational Others

ଏଇ ଦେଶର ପୁଅରେ ଆମେ

ଏଇ ଦେଶର ପୁଅରେ ଆମେ

1 min
243

ଏଇ ଦେଶର ପୁଅରେ ଆମେ

ଏଇ ଦେଶର ଝିଅ

ଏଇ ମାଟିର ପାଣି ପବନେ

ଗଢ଼ା ଆମରି ଦେହ...

ଏଇ ଦେଶର ପୁଅରେ ଆମେ.................।

ଯେଉଁ ଦେଶରେ ଜନମି ଥିଲେ

ଗାନ୍ଧି ଓ ଗୋପବନ୍ଧୁ

ସାରା ଦୁନିଆଁ ବୁହାଇ ଥିଲେ

କରୁଣା ଭରା ସିନ୍ଧୁ,

ସତ୍ୟ--ଶାନ୍ତି--ଦୟା--କ୍ଷମାର

ଛୁଟାଇ ଥିଲେ ସୁଅ....

ଏଇ ଦେଶର ପୁଅରେ ଆମେ.................।

ଯେଉଁ ଦେଶରେ ଗଙ୍ଗା ବହେ

ସାମ୍ୟର ଗୀତି ଗାଇ

ଯେଉଁ ଦେଶର ଶାନ୍ତି ବାର୍ତ୍ତା

ମରମକୁ ଯାଏ ଛୁଇଁ,

ମଥାରେ ଯା'ର ଶୋଭା ପାଉଛି

ମୁକୁଟ ହିମାଳୟ....

ଏଇ ଦେଶର ପୁଅରେ ଆମେ......….......।

କାଶ୍ମୀର ଠାରୁ କନ୍ୟାକୁମାରୀ

ସବୁରି ମନ ମୋହେ

ତ୍ରିରଙ୍ଗା ଯା'ର ମଥାରେ ଉଡେ

ଅତୀତ ଗାଥା ଗାଏ,

କେମିତି ସତେ ଭୁଲିବୁ କୁହ

ଏଇ ମାଟିର ମୋହ....

ଏଇ ଦେଶର ପୁଅରେ ଆମେ.................।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational