STORYMIRROR

Shashanka sekhar Ray

Inspirational

3  

Shashanka sekhar Ray

Inspirational

ଓଡିଆ ପୁଅ ମୁଁ

ଓଡିଆ ପୁଅ ମୁଁ

1 min
448


ସର୍ବ ବାଧାବିଘ୍ନ     କରି ଅତିକ୍ରମ

  ଯେ ଚାଲେ ସେ ଅଟେ ବୀର

ଭୟ କି କାତରେ    ଲେଉଟି ଯେ ଆସେ

   କାପୁରୁଷ ସେହି ନର ।୧।

ଇଟାର ଜବାବ     ପଥରେ ସେ ଦେବ

   ଓଡିଆ ପୁଅଟି ଜାଣ 

ଶେଷ ରକ୍ତ ବିନ୍ଦୁ  ଥିବା ଯାଏଁ ଦେହେ

  ଲଢୁଥିବ ତାର ପ୍ରାଣ ।୨।

ଫିରିଙ୍ଗି କମାଣ  ଗୁଳି କି ବାରୁଦ

  ପାରିନି ଡରାଇ ତାକୁ

ଗୁଳି ଆଗେ ଛାତି   ସ୍ଵାଭିମାନୀ ଜାତି

   ଭୁଲିବନି ଅତୀତକୁ ।୩ ।

ଇଚ୍ଛା ଶକ୍ତି ଆଗେ   ହାର ମାନେ ସବୁ

   ସପନ ହୁଏ ସାକାର 

ପାଇକ ଜାତି ମୁଁ  ହାର ମାନିବିନି

   କେବେ ପାତି ମଥା ମୋର ।୪ ।

କରିନି ନିଜକୁ    ଛୋଟ କାହା ପାଶେ

  ଉଚ୍ଚ ଅଭିଳାଷ ତ୍ ମନେ

ତଲଓ୍ଵାର ଧାରେ   ରକତ ନିଗାଡି

  ଶପଥ କରଇ ପ୍ରାଣେ ।୫ ।

ଆଳସ୍ୟ ଭିତରେ   ଦୁଃଖ ଓ ନୈରାଶ୍ୟ

   ମୌନ ଅବସ୍ଥାରେ ଥାଏ

କର୍ମଠ ନ ହେଲେ   ସେ ଆଳସ୍ୟ ଦିନେ

    କର୍ମ ବିପଦ ଘଟାଏ ।୬ ।

ବିରକ୍ତିର ଭାବ    ଅତି ସାଧାରଣ

   ଧୌର୍ଯ୍ୟଶକ୍ତି ଭାରି କଷ୍ଟ

ସମ୍ପଦରେ ସବୁ    ସଖା ସହୋଦର

    ବିପଦରେ ଖାଲି ଇଷ୍ଟ ।୭।

ସଦା ନୀତିବାଣୀ    ମଧୁର ସୁଗନ୍ଧେ

  ମହମହ ବାସେ ଜାତି  

ଓଡିଆ ବୀର ମୁଁ    ଶାଗପଖାଳରେ

  କାହୁଁ ଲଭଇ ଶକତି।୮ ।

ଶୟନେ ସପନେ  ନିତି ଜାଗରଣେ

    ପୂଜୁଥିବି ମାଟି ମାକୁ 

ଭଜୁଥାଏ ମୁଁ   ତୋ ଗୁଣକିର୍ତ୍ତନ

 ସଲାମ ସେ ତ୍ରୀରଙ୍ଗାକୁ ।୯ ।

କହ କେଉଁ ଜାତି    ଲଭିଛି ମୁକତି

   କରି ହାରାହୁରୀ ଗୁହାରୀ

ଲଢୁଆ ଓଡିଆ   ଜାତି ଶ୍ରେଷ୍ଠ ପରା

   ଜଗତେ ପଡେ ଆଜି ହୁରୀ ୧୦।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational