STORYMIRROR

Manorama Mohanty

Inspirational

3  

Manorama Mohanty

Inspirational

ଏକ ରୁ ଅନେକ

ଏକ ରୁ ଅନେକ

1 min
124


ଶିକ୍ଷାଦାନ ପରି ମହତ କାର୍ଯ୍ୟ 

    ସଂସାର ମଧ୍ୟରେ ନାହିଁ 

ଗୁରୁ ଭାବେ ପୁଣି ଶିକ୍ଷଣକାର୍ଯ୍ୟକୁ 

     ତୁଲାଇବା ଠୁଁ ସୁଖ କାହିଁ !


ଅଜ୍ଞାନ ଅନ୍ଧାର ଦୂରକରେ ଗୁରୁ 

     ଜାଳି ଜ୍ଞାନର ପ୍ରଦୀପ 

ଅଶିକ୍ଷା -କୁଶିକ୍ଷା ଦୂରସେ କରନ୍ତି 

     ହୃଦୟ କରି ନିଷ୍ପାପ !!


ନିରକ୍ଷର ହୋଇ ରହିବେନିକେହି 

     ସଭିଏଁ ସ୍ଵାକ୍ଷର ହେବେ 

ଲଭି ସତଶିକ୍ଷା ହୋଇଣ ଶିକ୍ଷିତ 

      ଦେଶ ସୁରକ୍ଷା କରିବେ!


ସୁଶିକ୍ଷା ଅର୍ଜନ କରି ଶିଶୁଗଣ 

     ଦେଶ କୁ ଚଳାଇ ନେବେ 

କେତେ ଅଫିସର ଡାକ୍ତରମାଷ୍ଟର 

      ଯନ୍ତ୍ରୀ ଠୁ ମନ୍ତ୍ରୀ ହେବେ


ଜ୍ଞାନ ବଳେ ଶିଶୁ ବୈଜ୍ଞାନିକ ହେବ 

      ହେବ ପୁଣି ସାହିତ୍ୟିକ 

ଲୁକ୍କାୟିତ ତାର ଗୁଣ ଓ ଗାରିମା 

      ହେବ ଏକ ରୁ ଅନେକ!


ଧନ ନୁହେଁ ବଡ଼ ଜ୍ଞାନ ହିଁ ସୁଦୃଢ 

     ଜ୍ଞାନବଳେ ଧନ ମିଳେ 

ଆଜିଯିଏ ଧନୀ କାଲି ସେ ଭିକାରୀ 

     ହାତେ ଥାଳଧରି ବୁଲେ !


ସଂସାରରେ ଧନୀ ପାଏ ନାହିଁ ପୂଜା 

    ପୂଜ୍ୟପୂଜା ସଦା ଜ୍ଞାନୀ 

ଜ୍ଞାନ ସହ ଧନ ନୁହେଁ ସମତୁଲ 

     ଜ୍ଞାନୀଜନ ସ୍ୱାଭିମାନୀ !


ତେଣୁକରି ଭାଇ କରୁଅଛି ପଣ 

    ଶିକ୍ଷକତା ମୁଁ କରିବି 

ଶିଶୁଠାରେ ଭରି ସୁଜ୍ଞାନ ସୌରଭ 

    ସଂସାରେ ଯଶ ରଖିବି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational