ମୋ ଭାରତ
ମୋ ଭାରତ
ଯେଉଁ ଦେଶରେ
ଜନମ ମୋର
ଯାହାରି କୋଳେ
ବଢୁଛି ମୁହିଁ
ଜଗତେ ସତେ
ତାପରି କେହି ନାହିଁ
ସିଏ ପରା ମୋ ଭାରତ ଭୂଇଁ।
ଏହି ଦେଶରେ
କେତେ ଯେ ଅଛି
ପାହାଡ଼ ନଈ
ହିସାବ ତାର ନାହିଁ
ସବୁଜ କ୍ଷେତ
ରହିଛି ସତେ ଆମରି ପାଇଁ।
ଜଙ୍ଗଲଜାତ କେତେ ଦରବ
ମିଳଇ ଏଠି ସତେ
ଖୋଜିଲେ ପୁଣି
ମିଳଇ ଏଠି ଯାହାକୁ ଯେତେ
କିଛିରେ ନାହିଁ
ଅଭାବ ପୁଣି
ଆମ ଏଇ ଦେଶରେ
କେତେ ଭାଷାର
ଲୋକ ଯେ ଏଠି
ରହନ୍ତି ସତେ କୋଣ ଅନୁକୋଣରେ।
କଳା ଗୋରାର ଭେଦ ଭାବ ଯେ
ନାହିଁ ଆମରି ଦେଶରେ
ସଭିଏଁ ଏଠି
ରହନ୍ତି ପୁଣି ସତେ
କେଡ଼େ ଖୁସି ମନରେ।
ହିନ୍ଦୁ ମୁସଲମାନ
ଜୈନ, ଖ୍ରୀଷ୍ଟିଆନ
ସଭିଏଁ ଏଠି ସମାନ
ଯିଏ ଯାହା ପାଇଁ ତ
ତାଙ୍କ ଈଶ୍ୱର ମହାନ।
ଆମରି ଦେଶ
କହେନି କିଛି
ନାନା ଧର୍ମକୁ ନେଇ
ସଭିଏଁ ରହନ୍ତି ଏଠି
ଯେ ଝା ଧର୍ମ ଭାବନା ନେଇ
ଝୁସି ମନରେ ଭାଇ।
ଗୋଟିଏ ମାଆ
ସନ୍ତାନ ନ ହେଲେ ପଛେ ନାହିଁ
ତଥାପି ଏଠି ସଭିଏଁ ପରା
ବଞ୍ଚନ୍ତି ପୁଣି
ଗୋଟିଏ ମାଆ ପାଇଁ
ଧନ୍ୟ ତୁ ଦେଶ
ମୋ ଭାରତ
ସାରା ବିଶ୍ୱରେ ହୋଇଛୁ ଖ୍ୟାତ।
