STORYMIRROR

Ajay kumar Behera

Inspirational

3  

Ajay kumar Behera

Inspirational

ମୋ ଭାରତ

ମୋ ଭାରତ

1 min
303


କେଡ଼େ ଭାଗ୍ୟବାନ ମୁହିଁ

ଜନମିଛି ଯେଉଁ ଦେଶରେ

କୋଟିଏରେ ଗୋଟିଏ ସେ

ତା ପରିକା କେହି ନାହିଁ ରେ।୧।


ଗହ ଗହ ବନ ଲତା

ଶୋଭେ କେତେ ତାର ଦେହରେ

ତରା ଫୁଲ ଫୁଟି କେତେ

ଝଲସେ ଯେ ସୁନା କ୍ଷେତରେ।୨।


ସୁନ୍ଦର ପାହାଡ଼ ନଈ

ଅଛି କେତେ ଏହି ଦେଶରେ

ଭଲ ଲାଗେ ସତେ ପୁଣି

ଭ୍ରମିବାକୁ ଝାଉଁବଣରେ।୩।


କୁହୁ କୁହୁ ଗାଏ ଏଠି

କୋଇଲି ଯେ ବୃକ୍ଷ ଡାଳରେ

କିରି କିରି ହସେ ପୁଣି

ବାଳ ସୁରୁଜ ପ୍ରଭାତରେ।୪।


ଭଲ ଲାଗେ ନୀତିବାଣୀ

ପୁଣି ଭାଗବତ ଟୁଙ୍ଗୀରେ

ମନ ରହେ ଗୁରୁକଥା

ଆଲୋଚିତ ଯେତେ ସଭାରେ।୫।


ଧନ୍ୟ ଧନ୍ୟ ଦେଶ ତୁହି

ସବୁଥିରେ ପୁରା ଆଗରେ। 

ସୁନ୍ଦର ଯେ ମୋ ଭାରତ

ତୋପରିକା କେହି ନାହିଁ ରେ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational