ମୋ ଭାରତ
ମୋ ଭାରତ
କେଡ଼େ ଭାଗ୍ୟବାନ ମୁହିଁ
ଜନମିଛି ଯେଉଁ ଦେଶରେ
କୋଟିଏରେ ଗୋଟିଏ ସେ
ତା ପରିକା କେହି ନାହିଁ ରେ।୧।
ଗହ ଗହ ବନ ଲତା
ଶୋଭେ କେତେ ତାର ଦେହରେ
ତରା ଫୁଲ ଫୁଟି କେତେ
ଝଲସେ ଯେ ସୁନା କ୍ଷେତରେ।୨।
ସୁନ୍ଦର ପାହାଡ଼ ନଈ
ଅଛି କେତେ ଏହି ଦେଶରେ
ଭଲ ଲାଗେ ସତେ ପୁଣି
ଭ୍ରମିବାକୁ ଝାଉଁବଣରେ।୩।
କୁହୁ କୁହୁ ଗାଏ ଏଠି
କୋଇଲି ଯେ ବୃକ୍ଷ ଡାଳରେ
କିରି କିରି ହସେ ପୁଣି
ବାଳ ସୁରୁଜ ପ୍ରଭାତରେ।୪।
ଭଲ ଲାଗେ ନୀତିବାଣୀ
ପୁଣି ଭାଗବତ ଟୁଙ୍ଗୀରେ
ମନ ରହେ ଗୁରୁକଥା
ଆଲୋଚିତ ଯେତେ ସଭାରେ।୫।
ଧନ୍ୟ ଧନ୍ୟ ଦେଶ ତୁହି
ସବୁଥିରେ ପୁରା ଆଗରେ।
ସୁନ୍ଦର ଯେ ମୋ ଭାରତ
ତୋପରିକା କେହି ନାହିଁ ରେ।୬।
