ଜୀବନ ସଙ୍ଗିନୀ
ଜୀବନ ସଙ୍ଗିନୀ
କେବେ ସିଏ ସ୍ନେହମୟୀ
ମାଆ ମମତାର
କେତେ ସୁଖ ମିଳେ
ସତେ କୋଳରେ ତାହାର ।
ପୁଣି ଭଉଣୀ ହୋଇକି
ଆସେ ଜୀବନରେ
ସରଗେ କରଇ ସ୍ନେହ
ଭାଇ ପାଇଁ ବ୍ରତ କରେ ।
ଭାରିଜା ହୋଇଣ ପୁଣି
ଜୀବନର ସାଥି ହୁଏ
ସୁଖେ ଦୁଃଖେ ହାତ ଧରି
ବାଟ ଚାଲୁଥାଏ ।
ଝିଅଟିଏ ହୋଇ ପୁଣି
ଘର ଲକ୍ଷ୍ମୀ ହୁଏ
ଦୁଇ କୂଳ ହିତ ପାଇଁ
ଜନ୍ମ ସିଏ ନିଏ ।
