STORYMIRROR

Anam Charan Sahoo

Inspirational

3  

Anam Charan Sahoo

Inspirational

ତୁମରି ତୁଳନା କାହିଁ

ତୁମରି ତୁଳନା କାହିଁ

1 min
186


ତୁମେ ପରା ଆମ କୁନି ବୈଜ୍ଞାନିକ

ତୁମଠୁ ଶିଖିବୁ ଆମେ

ତୁମ ଭାବନାର ନାହିଁ ପଟାନ୍ତର

ଲଗାଇବୁ ଦେଶ କାମେ।

ତୁମେ ମାନେ ଏହି ଦେଶ ଭବିଷ୍ୟତ

ପ୍ରଗତିର ଚାବି କାଠି

ତୁମେ ହିଁ ଗଢ଼ିବ ସୁରମ୍ୟ ନଗର

ସୁଜଳା କରିବ ମାଟି।

ତୁମେ ସୂତ୍ରଧର ରାମ ରାଇଜର

ରାବଣର ଚିର ଅରି

ସୀତା ମାତାଙ୍କର ସୁରକ୍ଷା କବଚ

କିଏ ହେବ ତୁମ ସରି?

ତୁମ ପରିବେଶ ହେବ ହସହସ

ତୁମରି ଯତନ ପାଇଁ

ତୁମେ ହିଁ ତାହାର ବୀର ସଇନିକ

ତୁମରି ତୁଳନା କାହିଁ?

ତୁମରି ତୂଳୀରେ ତୁମେ ଆଙ୍କିଦିଅ

ନୂତନ ବିଶ୍ଵର ଛବି

ଜ୍ଞାନ ଅରୁଣିମା ଚତୁର୍ଦ୍ଦିଗେ ଖେଳୁ

ଉଇଁ ଆସୁ ନବ ରବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational