STORYMIRROR

Ajay kumar Behera

Inspirational

3  

Ajay kumar Behera

Inspirational

ମୋ ଭାରତ

ମୋ ଭାରତ

1 min
241


ଏମିତି ଦେଶଟେ

ଖୋଜିଲେ ମିଳିବ କାହିଁ

ଯେଉଁଠି ବଞ୍ଚନ୍ତି

ସଭିଏଁ ଅନ୍ୟର ପାଇଁ।୧।


ନାନା ଧରମର 

ଦେଶଟିଏ ମୋ ଭାରତ

ସାରା ବିଶ୍ୱରେ ତ

ହୋଇଛି ସିଏ ବିଖ୍ୟାତ।୨।


ଆତ୍ମ ସ୍ୱାଭିମାନୀ

ଲୋକ ସବୁ ମୋ ଦେଶରେ

ବଞ୍ଚିବା ଶିଖନ୍ତି

ଭରଷି ନିଜ ଉପରେ।୩।


ଠକ ଅଳସୁଆ

ଦୁଃଖୀଙ୍କ ପାଇଁ ସତରେ

ନ ଥାଏ ସ୍ଥାନଟେ

ଏଠି କାହା ହୃଦୟରେ।୪।


କର୍ମ କରି ସବୁ

ବଞ୍ଚିବା ଶିଖନ୍ତି ଜାଣି

କେଡ଼େ ସୁନ୍ଦର ଯେ

ମୋ ଦେଶ ଭାରତ ପୁଣି ।୫।


ଏ ଦେଶ ମାଟିରେ

କି ଯାଦୁ ଅଛି କେଜାଣି

ମାଟି ତାଡି ଦେଲେ

ସୁନା ଉପୁଜଇ ପୁଣି।୫।


ବହୁ ଭାଷାଭାଷୀ

ଲୋକ ସବୁ ଏ ଦେଶରେ

ଜୀବିକା ପାଳନ୍ତି

ଆପଣାର କୌଶଳରେ।୬।


ହିଂସା ବାଦ ପୁଣି

ନ ଥାଏ ତ ଏ ଦେଶରେ

ସଭିଏଁ ରହନ୍ତି 

ଏଠି ଯେ ଖୁସି ମନରେ।୭।



Rate this content
Log in

Similar oriya poem from Inspirational