Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Inspirational

3  

Smitarani Barik

Inspirational

ନା'ଟି ମୋର ବହି

ନା'ଟି ମୋର ବହି

1 min
150


ମୋ ଗରଭେ 

କେତେ ଗୀତଗପ 

କାହାଣୀ ଗାହାଣି  

ଲୁଚିକି ଅଛି ରହି

ନାଁଟି ମୋର ବହି। 


ମୋତେ ପଢ଼ିବ 

ଜ୍ଞାନ ବଢିବ, 

ଦୁନିଆଁ ଯିବ ଜିଣି 

ମୁଁ ଜ୍ଞାନର ଖଣି, 

ମୋ ସାଥେ ମିଳା 

ତୋର ହାତଦୁଇ 

ନାଁଟି ମୋର ବହି। 


ମହାଭାରତ ଠୁଁ ରାମାୟଣ 

ଇତିହାସ ଓ ଭୂଗୋଳଜ୍ଞାନ, 

ଜ୍ୟାମିତି ଗଣିତ 

ଭାଷା ସାହିତ୍ୟ, 

କଣ ମୋ ଠାରେ ନାହିଁ, 

ନାଁଟି ମୋର ବହି। 


ସୁଖରେ ଥାଏ 

ଦୁଃଖରେ ଥାଏ, 

ବିପଦେ ଆପଦେ 

ବାଟ ଦେଖାଏ, 

ଚିରସାଥି ମୁଁ ତୋର 

ଏନ୍ତୁଡ଼ିରୁ ଚିତାଜୁଇ 

ମୋତେ ଭୁଲିବ ନାହିଁ

ନାଁ ଟି ମୋର ବହି। 


ଶିଶୁପାଇଁ ମୁଁ ଆନନ୍ଦଦାତା 

ଯୁବକପାଇଁ କର୍ମଦାତା, 

ପ୍ରୌଢ଼ନିମନ୍ତେ ସଂସାରଜ୍ଞାନ 

ବୃଦ୍ଧଙ୍କୁ ଦିଏ ଧର୍ମକର୍ମକାଣ୍ଡ, 

ସାଇତି ରଖ ତୁହି, 

ନାଁଟି ମୋର ବହି।    


Rate this content
Log in

Similar oriya poem from Inspirational