STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଶ୍ରୀ ଜଗନ୍ନାଥ ଭଜନ

ଶ୍ରୀ ଜଗନ୍ନାଥ ଭଜନ

1 min
151


ଅନ୍ଧ ଟିଏ ମୋତେ କରି ଦେଲ ପ୍ରଭୁ

କେମିତି ଯିବି ହେ ଶିରି ମନ୍ଦିରକୁ ।


ପିଲା ବେଳୁ ମୋତେ ଏତେ ଦୁଃଖ ଦେଲ

ସବୁ ଅପମାନ ମୋ ପାଇଁ ରଖିଲ ।


ତୁମେ ହେଲ ପ୍ରଭୁ ଏତେ ନିଷ୍ଠୁର

ଦାଣ୍ଡର ଭିକାରି ହେଲି ମୁ ତୁମର ।


ପାଦରେ ନାହିଁ ମୋର ଶକ୍ତି ଚାଲିବାକୁ

କେମିତି ଯିବି ହେ ଶିରି କ୍ଷେତ୍ରକୁ ।


ଲାଜ ଢାଙ୍କିବାକୁ କନା ପାଏ ନାହିଁ

ଅଭାବ ରେ ଚାଲେ ପରିବାରେ ରହି ।


ମୋ ଜୀବନେ ବନ୍ଧୁ କେହି ନାହିଁ ମୋର

ଜଗବନ୍ଧୁ ତୁମକୁ କରିଛି ନିଜର ।


ପାଖେ ନାହିଁ ଧନ ଜନ କେହି ତ ନେବାକୁ

କେମିତି ଯିବି ହେ ସିଂହଦୁଆରକୁ ।


Rate this content
Log in

Similar oriya poem from Inspirational