STORYMIRROR

Hasyamayee Raj

Inspirational

3  

Hasyamayee Raj

Inspirational

ସିନ୍ଦୂର

ସିନ୍ଦୂର

1 min
206


ଏ ଟୋପାଏ ସିନ୍ଦୂର

ବଦଳେଇ ଦେଲା ଜୀବନ

ବାନ୍ଧି ଦେଲା ତୁମ ସହ

ହୃଦୟ ଓ ମନ ।


ଆତ୍ମିୟତାର ପୁଣ୍ଯ ସ୍ପର୍ଶରେ ସେ

ଦୃଢ କଲା ବନ୍ଧନ 

ଅର୍ଦ୍ଧାଂଗିନୀ ହେଲି ତୁମର 

ହେଲି ପରିପୂର୍ଣ୍ଣ ।


ସିଏ ହେଲା ମୋ ପାଇଁ 

ପ୍ରଥମ ଭୂଷଣ

ତା ବିନା ସିନ୍ଥି ସତେ

ଲାଗେ ଶୂନ୍ୟ ଶୂନ୍ୟ ।


ଦୁହିତାରୁ ହେଲି ବୋହୁ 

ବିଶ୍ବାସର ମଞ୍ଜିଟିଏ ପୋତି

ସେଇ ଆଜି ପରମ ଆୟୁଧ 

ଭରିଦିଏ ଶାନ୍ତି ।


ସେଇ ସିନ୍ଦୁର ଟୋପାଏ 

ସାତ ଜନ୍ମ ପାଇଁ ସାକ୍ଷୀ

କହିଦିଏ କାନେ କାନେ

ମୁଁ ତମର ସଖୀ ।


ଶାଶ୍ବତ ସୁନ୍ଦର ସେତ

ଜୀବନର ପ୍ରାପ୍ତି 

ମୁକ୍ତିର ପ୍ରତୀକ ସିଏ

ପରମ ଗତି ଆଉ ମୁକ୍ତି ।


Rate this content
Log in

Similar oriya poem from Inspirational