Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nibash Chandra Behura

Inspirational

3  

Nibash Chandra Behura

Inspirational

ବିଶ୍ୱକର୍ମା

ବିଶ୍ୱକର୍ମା

1 min
184


ବିଶ୍ଵ ବ୍ରହ୍ମାଣ୍ଡକୁ ଗଢ଼ିଛନ୍ତି ଯିଏ 

ତାଙ୍କ ନାମ ବିଶ୍ୱକର୍ମା 

ତାଙ୍କରି ଗୁଣ କୁ ବଖାଣିବା ପାଇଁ 

ଲୋଡା ଯେ ବହୁ ଉପମା ।। 


ବ୍ରହ୍ମା ଯେ ତାହାଙ୍କୁ ସ୍ରୁଷ୍ଟି କରିଥିଲେ 

ଜଗତର ହିତ ପାଇଁ 

ତାଙ୍କରି ହାତର ବିଚିତ୍ର ରଚନା 

ଶ୍ରୀକ୍ଷେତ୍ର କଳା ଗୋସାଇଁ ।। 


କଳା ଗୋସାଇଁ ଯେ ଉତ୍କଳର ପ୍ରାଣ 

ଅଟନ୍ତି ସେ ଅଧିପତି 

ତାଙ୍କ ପାଦ ତଳେ ମୋ କୋଟି ପ୍ରଣାମ 

ପାଇବା ପାଇଁ ମୁକତି ।। 


ରାବଣର ସ୍ଵର୍ଣ୍ଣ ଲଙ୍କା ଗଢିଥିଲେ 

ନାରଦଙ୍କ ପାଇଁ ବୀଣା 

ଦେବଶିଳ୍ପୀ ବୋଲି ସମସ୍ତେ ଜାଣନ୍ତି 

କେଉଁ ଗୁଣରେ ବା ଉଣା ।। 


ଦେବଙ୍କ ପାଇଁକି ପିନାକ ତ୍ରିଶୂଳ 

ବିଷ୍ଣୁଙ୍କ ପାଇଁ କି ଚକ୍ର 

ପୃଥିବୀ ଏମିତି ମାପି ଚୁପି କଲେ 

ହୋଇଲା ସେ ପୁଣି ବକ୍ର ।। 


ତିଆରି କରିଲେ ନଇ ନାଳ ଆଉ 

ତା ସାଥିରେ ଗଛ ପତ୍ର 

ଅନ୍ୟାୟ ବିରୋଧ କରିବା ପାଇଁ 

ଖଞ୍ଜି ରଖିଛନ୍ତି ଅସ୍ତ୍ର ।। 


ଲଙ୍କା କୁ ଗଢିଲେ ଅଯୋଧ୍ୟା ଗଢିଲେ 

ଗଢିଲେ ଦ୍ୱାରିକା ପୁରୀ 

ସାରା ବ୍ରହ୍ମାଣ୍ଡରେ ଗୋଟେ କାରିଗର 

ପଡୁଚି ସବୁଠି ହୁରି ।। 


ଏତିକି ଗୁହାରି ମୋର ତୁମ ପାଦ ତଳେ 

ବିଶ୍ୱକୁ ବଞ୍ଚାଅ ପ୍ରଭୁ ବିପତ୍ତିର ବେଳେ 



Rate this content
Log in

Similar oriya poem from Inspirational