STORYMIRROR

linki barik

Inspirational

3  

linki barik

Inspirational

ଶୀତରାତି

ଶୀତରାତି

1 min
184

ତମ ପାଉଜିର ସେ ଛମ୍ ଛମ୍ ଶବ୍ଦ 

ଆଜି ମତେ କରୁଛି ନିସ୍ତବ୍ଧ 

ତୁମେ ଛାଡି ଯାଇଥିବା ଦୋସଡ଼ାରେ

ଆଜି ବି ମୋ ଶରୀର ଆବଦ୍ଧ।।


ହିମରେ ଭାରି ଅଳସ ଏ ରାତି

ସ୍ମୃତି ବର୍ଦ୍ଧିତ କରେ ରାତିର ତାତି 

ବଡ଼ ନିର୍ଦ୍ଦୟ ଏ ଶିତରାତି

ବିଷର୍ଣ୍ଣତାରେ ଚାଲେ ରାତିର ଗତି।।


ମନତଳେ ଜାଗି ଉଠେ କାକର ବୋଳା ସ୍ମୃତିସୌଧ ଏ ଶୀତରାତିରେ 

ହୃଦ କୋହର ହୁଏ ସଂସ୍କରଣ ଲୁହ ନାମକ ସାନ୍ତ୍ଵନାପଣେ।।


ତୁମ ମଥାର ସେ ନାଲି ଟିକିଲି 

ମୋ ଆଖି ଆଗେ ହୁଏ ଝିଲିମିଲି 

ସତେ କି ସେ ଚାନ୍ଦ ରହିଛି ମୋ ପାଇଁ ଝୁଲି

ସ୍ମିତ ମୁଖେ ହସ ତା ଖିଲିଖିଲି।।


ଆକାଶର ନୀଳଶୂନ୍ୟତା ସତେ ଡାକେ ହାତ ଠାରି ବକ୍ଷେ ତା ଯିବା ପାଇଁ ଲୋଟି 

ପ୍ରେମ ଦରଦର ତୋଡ କରି ସତେ କି ମନର ସବୁ ଦରଦ ନିଅନ୍ତ କି ତୁମ୍ଭେ ଲୁଟି!!


ଶୈତ୍ୟ ଶିତେ ମନ ଅଶାନ୍ତ 

ଅଶାନ୍ତପଣ କରେ ବର୍ଦ୍ଧିତ ତୁମ ଦୁରତ୍ଵ।।


ହିମ ପ୍ରଭାବେ ଝରାଫୁଲ ଯାଉଛି ଝାଉଁଳି

ତୁମ ଅନୁପସ୍ଥିତିରେ ମୋ ମନ ପଡ଼ିଛି ମଉଳି 

ଭାରି ନିର୍ଦ୍ଦୟୀ ଏ ଶୀତକାଳ

ନିସ୍ତବ୍ଧରେ ଭାଙ୍ଗୁଛି ମନୋବଳ।।


ତମ ପାଉଜିର ସେ ଛମ୍ ଛମ୍ ଶବ୍ଦ 

ଆଜି ମତେ କରୁଛି ନିସ୍ତବ୍ଧ 

ତୁମେ ଛାଡି ଯାଇଥିବା ଦୋସଡ଼ାରେ

ଆଜି ବି ମୋ ଶରୀର ଆବଦ୍ଧ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational