ଆହେ ଚକାଆଖି
ଆହେ ଚକାଆଖି
ଗୋଧୂଳି ଲଗନେ ବସନ୍ତର କୋଳେ
ଯାଉଥିଲି ଦିନେ ମୁଁ ନୀଳଚକ୍ର ବାଲୁକା
ଭୂମିରେ ଚକା ଆଖିର ସ୍ପର୍ଶ ରେଣୁ
ଛୁଇଁ ଥିଲା ମୋର ହୃଦୟ କନ୍ଦରେ l
ସାଷ୍ଟାଙ୍ଗ ପ୍ରଣିପାତର ଆତ୍ମିକ ଆନନ୍ଦ
ସୃଷ୍ଟି କଲା ଶାଶ୍ୱତ ଅଭିପ୍ସା
ଲଭିବାକୁ ଆଜୀବନ ଭବ ସାଗରର
ତିକ୍ତ ପରି ବେଷ୍ଟନେ ଉନ୍ନତ ଆଶା l
ଗୃହକୁ କରି ପ୍ରତ୍ୟାବର୍ତ୍ତନ ମୁଁ
ହେଲି ଆନମନା ସଂସାର ଚକ୍ରେ
ଭ୍ରମିତ ଆତ୍ମସମୀକ୍ଷାରେ ତଥାପି
କରି ପାରି ଥିଲି ଲୟ
ବିଭୁ ଆଜ୍ଞା ଚକ୍ରେ l
ପୁତ୍ର କନ୍ୟା ଆତ୍ମୀୟ ସ୍ୱଜନେ
ତୋଷି ସଦା ହୋଇଥିଲି ତୃପ୍ତ
>
ମାତ୍ର ଚକା ଆଖି ସ୍ମରଣେ ହେଲିନି
ମୁଁ ଦିଗ ଭ୍ରାନ୍ତ ତିଳେ ମାତ୍ର ଅଲିପ୍ତ l
ଆଶା କଲି ମର୍ତ୍ତ୍ୟ ପ୍ରସ୍ତାନାନ୍ତେ
ହେବାକୁ ମୁଁ ପ୍ରେମ ଆଶୀଷ ଯୁକ୍ତ
ମହାପ୍ରଭୁଙ୍କ କରୁଣା ସ୍ପର୍ଶେ
ନଥିଲା ମୋ ମନେ ପାର୍ଥିବ
ସମ୍ପଦ ଅଭିଳାଷ ତିଳେ
ସମର୍ପଣ କରିଥିଲି ତାଙ୍କୁ ମୁଁ
ସର୍ବସ୍ୱ ମୋ ପ୍ରଶାନ୍ତ ବିବେକେ l
ହେ ନୀଳାଚଳବାସୀ ଟିକେ
ଦୟା କର ବାରେ ସାମ୍ପ୍ରତିକ
ମାନବ ସମାଜେ
ନହୁଅନ୍ତୁ ନୀତି ଭ୍ରଷ୍ଟ ଲଭନ୍ତୁ
ଶାଶ୍ୱତ ଆନନ୍ଦ ସଭିଏଁ ଆଧ୍ୟାତ୍ମିକ
ଶକ୍ତିର ବଳିଷ୍ଠ ବୀଜେ l