ପ୍ରତିଶୋଧ
ପ୍ରତିଶୋଧ
ଶାନ୍ତି ଆଜି ମହଙ୍ଗା ବିଶ୍ଵରେ,
ଶାନ୍ତିର ପ୍ରତୀକ ଆଜି
ଉଡୁନାହିଁ ଆକାଶ ବୁକୁରେ।
ଆକାଶଟା ଝୁରୁଅଛି,
ଝୁରୁଛି ପୃଥିବୀ,
ଲୁହ ଝରେ ଲୁହ ପିଏ
ଚୁପଚାପ୍ ଭାଗ୍ୟକୁ ଆଦରି।
ପ୍ରତିଶୋଧ ଶାନ୍ତି ନୁହେଁ
ନୁହେଁ ବି ସମାପ୍ତି,
ତାହା ଅଟେ
ଆସୁରୀ ମନ,ପ୍ରାଣର
ନିପଟ ଛଳନା।
ପ୍ରତିଶୋଧ ଅଗ୍ନି ଦିନେ
ଜାଳିଦେବ ସମଗ୍ର ପୃଥିବୀ।
ଅସହାୟ ନୁହେଁ କେବେ ଭଗବାନ,
ଆଲ୍ଲା ଅବା ଯିଶୁ
ସର୍ବଶକ୍ତିମାନ ଭାବି ମଣିଷ ନିଜକୁ,
ମଣିଷ ପଣିଆ ଆଜି...
ପରମାଣୁ ବୋମା ପାଶେ
ବନ୍ଧା ସେ ରଖିଛି।
ମାଟି ମାଆ ଲୁଚି ଲୁଚି
ଗୁମୁରି କାନ୍ଦୁଛି....
କେହି କେବେ ନିରୋଳା ରେ
ନିସ୍ତବ୍ଧ ରାତିରେ.....
କାନପାତି ଶୁଣିଛକି
କଇଁ କଇଁ କାନ୍ଦିବାର ଶଦ୍ଦ...
ଥରେ ଶୁଣ ଥରେ ଚିହ୍ନ
ସିଏ ଆଉ କେହି ନୁହେଁ!!
ଆମ ମାଟି ମାଆ" ପରା
ସିଏ ଏହି ବିଶ୍ଵର ଜନନୀ
ବସୁନ୍ଧରା ରାଣୀ।
ସର୍ବଂ ସହା ହୋଇ ଆଜି
ଭାଙ୍ଗିଛି ତା ସବୁ ଧୈର୍ଯ୍ୟ ବନ୍ଧ,
ଅମୃତ ସନ୍ତାନ ତାର
ଅଟେ ଏ ମାନବ,
ଇଶ୍ଵରଙ୍କ ସର୍ବ ଶ୍ରେଷ୍ଠ କୃତି।
ଏରକାର ଯୁଦ୍ଧ କରି
ପ୍ରତିଶୋଧ ପରାୟଣେ
ଧ୍ୱଂସ ମୁଖେ ନିପତିତ
ନିଜେ ଆତ୍ମଘାତୀ ସାଜି।
ବାହୁଡ଼ା ପଥିକ ଆହେ!
ଫେରିଆସ
ଶାନ୍ତିର ପଥରେ,
କାହିଁ କେଉଁ ଠାରେ ଅଛି
ସେ ଶାନ୍ତିର କପୋତ,
ପାଳି ପୋଷି ସ୍ନେହ ପ୍ରେମ ଦେଇ
ଉଡାଇଣ ଦିଅ ଶାନ୍ତି,ମୈତ୍ରୀ,
ପ୍ରିତୀ ଭରା ଚିଠି ଏକ ଦେଇ।
ପ୍ରତିଶୋଧ ଫିଙ୍ଗି ଦିଅ
ଶହେ କୋଶ ଦୂରେ।