STORYMIRROR

linki barik

Inspirational Others

4.0  

linki barik

Inspirational Others

ଓମିକ୍ରନ

ଓମିକ୍ରନ

1 min
191


ମନୁଷ୍ୟ ମୃତ୍ୟୁର ତାଣ୍ଡବ ରଚି

ଯନ୍ତ୍ରଣାର ଡମ୍ବରୁ ଡିବି ଡ଼ିବି ବଜାଇ,

ଆସୁଛି ମାଡ଼ି ଓମିକ୍ରନ ଭୂତାଣୁ!

କେଜାଣି କେତେ ସଂଖ୍ୟାରେ ଲୋଟି ପଡ଼ିବ

ନିରୀହ ମଣିଷର ଜୀବନ ଅଣୁ।। 


ଦଇବ ଦଣ୍ଡ ପଡ଼ୁଛି ଭାରି

ଦୁର୍ବ୍ୟବହାର ଦୁକର୍ମରେ

ମଣିଷ ପ୍ରବୃତ୍ତି ପଡ଼ୁଛି ବନ୍ଧା,

ଏକବିଂଶ ଶତାବ୍ଦୀର ମନୁଷ୍ୟର

ଏପରି ଏକ ଆସ୍ପର୍ଦ୍ଧା।।


କେତେ ରଥି ମହାରଥି ଯାଉଛି ଟଳି,

କେଉଁ ନିରୀହ କଳିକା ପଡ଼ୁଛି ବଳି।।


କେଉଁଠି ଯାଉଛି ହଟି ମମତାର ଛାୟା,

ମାଟିରେ ହୁଏ ବିଲୀନ ଏ ନିଛକ କାୟା।।


ଗୃହବନ୍ଦୀ ହୁଏ ମଣିଷ

କର୍ମବନ୍ଦୀ ହୁଏ ଜୀବନ,

ଏ ଆଗାର ପୂର୍ଣ୍ଣ ଥାଇ ବି ଲାଗ

େ ଶୂନ୍ୟ

ପାଦେ ପାଦେ ଡର ପ୍ରତି ପାଦେ ଭୟ

ଆତଙ୍କିତ ଏ ଜୀବନ।।


ଅନେକ କିଛି ଦେଉଛି ଶିଖାଇ 

ଏ ଅଚିହ୍ନା ଭୂତାଣୁ,

ଅନେକ ଚେହେରା ଦେଉଛି ଲୁଚାଇ

ଚିହ୍ନା ବାଟରେ ଏ ଅଜଣା ଅଣୁ।।


ହେ ପ୍ରତିକ୍ରିୟାଶୀଳ ମାନବ ସମାଜ!

ସକର୍ମରେ ତୁମ୍ଭେ ହୁଅ ଅଗ୍ରଜ,

ସର୍ବମାଲିକ ସେ ବିଧାତାକୁ କର ସମ୍ମାନ

କେତେେଳେ ଚାଲି ଯାଇପାରେ 

ଏ ଅତର୍କିତ ପ୍ରାଣ!


ମନୁଷ୍ୟ ମୃତ୍ୟୁର ତାଣ୍ଡବ ରଚି

ଯନ୍ତ୍ରଣାର ଡମ୍ବରୁ ଡିବି ଡିବି ବଜାଇ

ଆସୁଛି ମାଡ଼ି ଓମିକ୍ରନ ଭୂତାଣୁ,

କେଜାଣି କେତେ ସଂଖ୍ୟାରେ ଲୋଟି ପଡ଼ିବ

ନିରୀହ ମଣିଷର ଜୀବନ ଅଣୁ!!


 

 


Rate this content
Log in

Similar oriya poem from Inspirational