STORYMIRROR

Panchanan Jena

Inspirational

3  

Panchanan Jena

Inspirational

ମା' ଅଜର ଅମର

ମା' ଅଜର ଅମର

1 min
261


ମା' ଅଜର ଅମର 

ବଂଚିଥାଏ ଝିଅର ଆତ୍ମାରେ ବରାବର


ଝିଅର ଆଚାର - ବିଚାର - ସଂସ୍କାରରେ

ନୀତି - ନିୟମ - ବାରଣରେ

ମାନ - ଅଭିମାନ - ସ୍ଵାଭିମାନରେ

ମା' ବଂଚିଥାଏ ଝିଅର ଆତ୍ମାରେ ବରାବର

ମା' ଅଜର ଅମର । ୧


ମା' ଉଙ୍କିମାରେ ଝିଅ ଭିତରେ

ଝିଅର ଗୃହ- ଗୃହସ୍ଥି- ମଧ୍ୟସ୍ଥିରେ

ଚାଲି-ଚଳଣୀ- ଉଠାଣି -ପଡ଼ାଣିରେ

ତର୍କ-ସହନ-ସମର୍ପଣରେ

 ବଂଚି ରହିଥାଏ ଝିଅର ଆତ୍ମାରେ ବରାବର

ମା' ଅଜର ଅମର । ୨


ମା' ଦିଶୁଥାଏ ଝିଅ ପରିକା

ଝିଅର କଥା- ବାର୍ତ୍ତା - ସହଭାଗିତାରେ

ସ୍ନେହ- ପ୍ରେମ- ବିଶ୍ୱାସ ଭାଜିତାରେ

ସ୍ଵାଧୀନତା ସ୍ୱତନ୍ତ୍ରତା ଖୁସି ମିଳାମିଶାରେ

ମା' ବଂଚିଥାଏ ଝିଅର ଆତ୍ମାରେ ବରାଵର 

ମା' ଅଜର ଅମର । ୩


ମା' ପୁନର୍ଜନ୍ମ ପାଇଥାଏ

ଝିଅର ମନ-ମଗଜ-ମଜ୍ଜାରେ

ଚେତନ-ଅଚେତନ-ଅବଚେତନରେ

ଭାବନା- କଳ୍ପନା- ଜଳ୍ପନାରେ

ମା' ବଂଚିଥାଏ ଝିଅର ଆତ୍ମାରେ ବରାବର

ମା' ଅଜର ଅମର ।୪


ମା' ମୁଁହ ଦିଶିଯାଉଥାଏ

 ଝିଅର ରୋଷେଇ ସଫାଇରେ

ଥାଳି ଗିନା ଡବା ଡିବି ଚିରାକନାରେ

ଘର ଅଗଣା ଫୁଲ ତୋଳାରେ

ପୂଜା ପାଠ ସଂଧ୍ୟା ଆଳତୀରେ

ଝୁଣା ଧୂପ ବ୍ରତ ଉପବାସରେ

ମା' ବଂଚିଥାଏ ଝିଅର ଆତ୍ମାରେ ବରାବର

ମା' ଅଜର ଅମର ।୫


ମା' ଚାଲୁଥାଏ ଝିଅ ସାଥିରେ ଆଜନ୍ମ 

ହାତଧରି ରାସ୍ତା ଚଲେଇ ନିଏ

ଚିରକାଳ ଅନନ୍ତକାଳ 

ନିତିଦିନ ତେଲ ଲୁଣ ଧାଁ ଧପଡ଼

ଉଠାଣ ପଡ଼ାଣ ବାଙ୍କ ମୋଡାଣ

ଜୀବନର ସୁଖ ସୁବିଧା ଦୁଃଖ ଅସୁବିଧାର ଫେଡାଣ

ମା' ବଂଚିଥାଏ ଝିଅର ଆତ୍ମାରେ ବରାବର

ମା' ଅଜର ଅମର ।



Rate this content
Log in