ହୃଦୟର ଭାବ
ହୃଦୟର ଭାବ


ନନ୍ଦ ନନ୍ଦନ ହେ ଏତିକି ମୋ ନିବେଦନ
ଶ୍ରୀଚରଣେ ସ୍ଥାନ ଦିଅ ହେ ମୋହନ
ଶ୍ରୀପଦେ ପଶେ ଶରଣ ।
ନନ୍ଦ ନନ୍ଦନ ହେ. . . . IOI
ବିଷୟା ବିଷରେ ଘାଣ୍ଟି ହୋଇ ମୁହିଁ
ସରିଗଲା ରାତ୍ରଦିନ,
ଦାରା-ସୁତ କନ୍ୟା ବନ୍ଧୁ ସହୋଦର
ତାଙ୍କ ପ୍ରେମେ ଦେଲି ମନ ।।
ନନ୍ଦ ନନ୍ଦନ ହେ. . . . I୧I
ତୁମ୍ଭ ଭଜନରେ ତୁମ୍ଭ କୀର୍ତ୍ତନରେ
ଦେଲି ନାହିଁ ଦିନେ ମନ,
ନିଜେ ଜାଣିଶୁଣି ନିଜ ହସ୍ତେ ମୁହିଁ
ନିଜକୁ କରେ ଛେଦନ II
ନନ୍ଦ ନନ୍ଦନ ହେ. ....।୨।
ବୟସ ସାଜଇ ବାର୍ଦ୍ଧକ୍ୟର ଦାଉ
ଗଡି ଗଡି ଯାଏ ଦିନ,
ହସ୍ତ ନଚଳଇ
ପଦ ନଚଳଇ
ବ୍ୟର୍ଥ ହେଲା ମୋ ଜୀବନ । ।
ନନ୍ଦ ନନ୍ଦନ ହେ. . . . I୩I
ତୁମ୍ଭେ ଜନାର୍ଦ୍ଧନ ମୁଁ ଅଧମ ହୀନ
ତୁମ୍ଭ ସଂପତ୍ତିରେ ମନ,
ମୋ ନିଜସ୍ଵ ବୋଲି ମନେ ଗର୍ବ କଲି
ଆଜି ଭୋଗୁଛି କଷଣ । ।
ନନ୍ଦ ନନ୍ଦନ ହେ. . . . I୪I
ତୁମ୍ଭ ଧନସବୁ ନିଅ ଆହେ ବିଭୁ
ଲୋଡା ନାହିଁ ଧନଜନ,
ପ୍ରାଣତ୍ୟାଗ କାଳେ ମୁଖେ ସେହି ବେଲେ
ତୁଣ୍ଡେ ନାରାୟଣ ନାମ । ।
ନନ୍ଦ ନନ୍ଦନ ହେ. . . . I୫I
ହେ କରୁଣାମୟ ଆହେ ଦୟାମୟ
ଦୀନବନ୍ଧୁ ଦୁଃଖି ଧନ,
ଶେଷଇଚ୍ଛା ମୋର ଘେନ ହେ ଠାକୁର
ଶ୍ରୀପଦେ ପଶେ ଶରଣ । ।
ନନ୍ଦ ନନ୍ଦନ ହେ. . . . I ୬ ।