ମୁଁ ପୁରୁଣା ବୃକ୍ଷଟିଏ
ମୁଁ ପୁରୁଣା ବୃକ୍ଷଟିଏ


ମୁଁ ବିରୂପା କୁଳର
ପୁରୁଣା ବଟ ବୃକ୍ଷଟିଏ l
ଶାଖା ପ୍ରଶାଖା ମେଲେଇ
ବିରୂପା କୂଳକୁ ଚାହିଁ ରହିଥାଏ ll
କେତେ ପକ୍ଷୀ,କୀଟ,ପତଙ୍ଗ
ମୋ ଶାଖାରେ ବସା ବାନ୍ଧିରହେ l
ଗ୍ରୀଷ୍ମ,ବର୍ଷା ପ୍ରକୋପରୁ
ମୁଁ ସେମାନଙ୍କୁ ସୁରକ୍ଷା ଦିଏ ll
ମୁଁ ବିରୂପା କୁଳର ପୁରୁଣା ବୃକ୍ଷଟିଏ..
କେତେ କବି ଲେଖକ
ମୋ ପାଖେ ବସି ଭାବୁଥାଏ l
କବିର ସୃଜନା ମୋ ଠାରୁ ଆରମ୍ଭହୁଏ
ପ୍ରକୃତିର ସୁନ୍ଦରତା ସବୁ ବର୍ଣ୍ଣନା କରିଦିଏ ll
ମୁଁ ବିରୂପା କୁଳର ପୁରୁଣା ବୃକ୍ଷଟିଏ..
ଦୁଃଖୀରଙ୍କି ନିରାଶ୍ରୟ ମଣିଷକୁ ଛାଇଦିଏ l
କେତେ ଯେ ବାଟୋଇ ନିତି ଆସେ ଯାଏ
ଥକା ମେଣ୍ଟେଇବାକୁ ମୋ କୋଳେ ଆଶ୍ରୟ ନିଏ ll
ମୁଁ ବିରୂପା କୁଳର ପୁରୁଣା ବୃକ୍ଷଟିଏ..
ସେଇ ମଣିଷ ପୁଣି ନିଜ ସ୍ୱାର୍ଥ ପାଇଁ
କରତର ଧାରେ ମୋ ଛାତି ଚିରି
ମତେ କଷ୍ଟ ଦିଏ l
ମୁଁ ବିରୂପା କୁଳର ପୁରୁଣା ବୃକ୍ଷଟିଏ ll