Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Inspirational

3  

Ajit Kumar Raut

Inspirational

ଛଳନା

ଛଳନା

1 min
180



ଜୀବନ ଦେଇଛୁ ପ୍ରଭୁ ନିରାକାର

ଛଳନା କରିବୁ ନାହିଁ

କ୍ଷଣିକ ଜୀବନେ ଦୁର୍ଲ୍ଲଭ ଜୀବନେ

କ୍ଷଣେ ଭି ଛାଡିବୁ ନାହିଁ।୧।

ତୁହି ଛାଡି ଦେଲେ ଶ୍ରୀହୀନ ଜୀବନ

ଜୀବନେ ଅସ୍ତିତ୍ଵ ନାହିଁ

ଛାର ଏ ଜୀବନ ପ୍ରୟୋଜନ ନାହିଁ

ତହ ବିନା କିଛି ନାହିଁ।୨।

ଜୀବନ ପଥରେ ପଥଗାମୀ କର

ସୁକର୍ମ କରିବି ମୁହିଁ

ଜୀବନ ଯାତ୍ରାରେ ସତ୍ୟ ବଳି ଦିଅ

ନିସ୍ବାର୍ଥେ ପାଳିବି ମୁହିଁ।୩।

କଢାଇ ନିଅହେ କର୍ମ ପଥେ ମତେ

ସତ୍ୟ ମନ୍ତ୍ର ଜାଗି ଉଠୁ

ତବ ଶ୍ରୀଚରଣେ ଭକ୍ତି ରହୁ ନିତ୍ୟେ

ସତ୍ୟ କର୍ମ ଜାଗି ଉଠୁ।୪।

ଛଳନା ନକରି ଜନକଲ୍ୟାଣରେ

ମନ ବଳି ଦିଅ ମୋର

ସୁସଜ୍ଜିତ ପୁଷ୍ପେ ସୁଗନ୍ଧିତ କର

ଉନ୍ନତି ହେଉ ଦେଶର।୫।

ଯେତେ ଦିନ ତକ ଏ ପ୍ରାଣ ରହିଛି

ଛଳନା ନ କର ମତେ

ତହରି ଭକ୍ତିରୁ ଛଳନା ନ କରି

ବଞ୍ଚିତ ନ କର ମତେ।୬।

ତହି ମୋର ମାତା ତୁହି ମୋର ପିତା

ଜୀବନ ଆଧାର ତୁହି

ଛଳନା ନକରି ସୁପଥରେ ନିଅ

କରୁଛି ଗୁହାରି ମୁହିଁ।୭।

ଜୀବନ ଦେଇଛ ପ୍ରଭୁ ନିରାକାର

ଛଳନା କରିବୁ ନାହିଁ

କ୍ଷଣିକ ଜୀବନେ ଦୁର୍ଲ୍ଲଭ ଜୀବନେ

କ୍ଷଣେ ଭି ଛାଡିବୁ ନାହିଁ।୮।




Rate this content
Log in

Similar oriya poem from Inspirational