ମାତୃଭାଷା !
ମାତୃଭାଷା !
ମାତୃଭାଷା ଅଟେ ଅମୂଲ୍ୟ
ଆସ କରିବା ଯତ୍ନ,
ସନ୍ତାନ ପଢ଼ିବେ ଓଡିଆ
ଭାଷା ଶିକ୍ଷା ରତନ !!
ତେବେହିଁ ଉନ୍ନତି ଆମର
ଅଟେ ଶାସ୍ତ୍ର ବଚନ,
ବୋଳିବା ସର୍ବାଙ୍ଗ ତାହାରେ
ଭାଷା ଶିକ୍ଷା ଟି ଧନ !!
ଉତ୍କଳର ଶିର ସୁନ୍ଦର
ସିହଂଭୂମି ମହାନ,
ବାଞ୍ଛାନିଧିଙ୍କର ରଚନା
ଦେଇ ଅଛି ପ୍ରମାଣ !!
ଭାଷା ଶିକ୍ଷା ପାଇଁ ଚିତ୍କାର
କରୁ ଅଛିରେ ଭୂଇଁ,
ଶିକ୍ଷା ଶୂନ୍ୟ ଭୂଇଁ ହୋଇଛି
ଓଡ଼ିଆ ଜନ୍ମଭୂମି !!
ଦେଶ ମିଶ୍ରଣବେଳ ତଥ୍ୟ
ବାଞ୍ଛାନିଧି ବର୍ଣ୍ଣଲେ,
ସିହଂଭୂମି ଶିର ଉତ୍କଳ
କବିତାରେ ଲେଖିଲେ !!
ମିଶାଇ ଦେଲେ ଟି ଭୂମି
ରାଜ୍ୟ ବିହାର ଅଙ୍ଗେ,
ବିହାରୁ ହେଲା ଝାଡ଼ଖଣ୍ଡ
ଛନ୍ତି ତାହାରି ସଙ୍ଗେ !!
ଦୁର୍ଭାଗ୍ୟ ଦେଖରେ ଆମର
ନାହିଁ ଓଡ଼ିଆ ଶିକ୍ଷା,
ଶିକ୍ଷା ଅଧିକାର ପାଇଁରେ
ମାଗୁ ଅଛୁରେ ଭିକ୍ଷା !!
ଓଡ଼ିଆ ଶିକ୍ଷକ ଅଛନ୍ତି
ନାହିଁ ଓଡ଼ିଆ କ୍ଷେତ୍ରେ,
ଦେଉ ଅଛି ବହି ଓଡିଶା
କିମ୍ପା ନ ଦିଶେ ନେତ୍ରେ ?
ବୃତ୍ତି ପରା ତୋଷମଦିଆ
କ୍ଷିପ୍ତ ଶ୍ବନ୍ନ ପ୍ରକାର,
ଅନ୍ଧାର ଗୋହିରୀ ଭିତର
ବୃଥ ଜୀବନ ତାର !!
ଅଧିକାର ପାଇଁ ଲଢ଼ିବା
ଜାଗି ଉଠ ଓଡ଼ିଆ,
ନିଦ୍ରାର ନାହିଁ ଟି ସମୟ
ଆନ୍ଦୋଳନ, କରିବା !!