ଶିକ୍ଷା ବଳେ ହୁଏ ସିଦ୍ଧି !
ଶିକ୍ଷା ବଳେ ହୁଏ ସିଦ୍ଧି !
କଷ୍ଟ ବା ବିପଦ
ଶିକ୍ଷା ଜ୍ଞାନ ବଳେ
ପାରେ ଯିଏ ଦୂର କରି !
ସାହସ କରିଣ
ଦୂର କରେ ତାକୁ
ଆଣେ ଟି ବିଜୟ ଧରି !!
ଅମୂଲ୍ୟ ଶିକ୍ଷାଟି
ପାଇ ଅଛି ଜ୍ଞାନୀ
କଷ୍ଟରେ ହୁଏ ଟି ଖୁସି !
ବିଚଳିତ ନୁହେଁ,
କରୁ ଥାଏ ଚେଷ୍ଟା
ରଖି ଅଛି ଧର୍ଯ୍ୟ କଷି !!
କଷ୍ଟ ବା ବିପଦ
ଆସିବ ଜୀବନେ
ଚିନ୍ତା ମଗ୍ନ ନୁହେଁ ବସି !
ସୁଖ ଦୁଃଖ ଭରା
ମନୁଷ୍ୟ ଜୀବନ
କାଳ କୋଳେ ଯାଏ ମିଶି !!
ଶିକ୍ଷା ଯୋଗୁଁ ପାଏ
ସହିବାର ଶକ୍ତି
ଦୂର କରିବାର ଜ୍ଞାନ !
ନ ହୁଏ ଦୁଃଖିତ
ବିପଦ କାଳରେ
ହସ୍ତେ ଅଛି ଶିକ୍ଷା ରତ୍ନ !!