ଜୀବନର ସତ୍ୟବଚନ
ଜୀବନର ସତ୍ୟବଚନ
ଜୀବନର ସତ୍ୟ ପ୍ରକଟିତ ନିତ୍ୟ
ହେଜ ଆହେ ବିଜ୍ଞଜନ
ସତ୍ୟପଥେ ଧର୍ମପଥେ ପାଦଥାପ
ଅରଜିବ ଯଶମାନ ॥
ସତ୍ୟାନୁସରଣ ଧର୍ମାନୁସରଣ
କର ଆହେ ସୁଧୀଜନ
ସୁଶୋଭିତ ହେଵ ଦୁର୍ଲ୍ଲଭ ଜନମ
କାମନା କର ବାରଣ ॥
ମିଥ୍ୟା ଅପବାଦ ଅପସରି ଯିବ
ସମୟର ଚଲାପଥେ
ସତ୍ୟ ଉନ୍ମୋଚନ ସମୟ କରିବ
ଧୈର୍ଯ୍ୟ ରଖ ସମର୍ପଣେ ॥
ଅନିଷ୍ଟ ସାଧନ କରେ ଶତୃ ନର
ଷଡଯନ୍ତ୍ର ମନ୍ତ୍ର ଧ୍ୟାୟୀ
ଅବଶ୍ୟ କଷଣ ଭୋଗଇ ନିର୍ଦ୍ଦୋଷ
ପରେ କିନ୍ତୁ ହୁଏ ଜୟୀ ॥
ଯେତେ ବୁଦ୍ଧିମାନ ହେଉ ଶତୃଜନ
ସତ୍ୟ ପାଶେ ମଥା ପାତେ
ସମୟ ଚକ୍ରରେ ପଡେ ନାଗଫାଶେ
ପ୍ରାୟଶ୍ଚିତ କରେ କେତେ ॥
ଦୁଃଖର ସମୟ ନୁହେଁ ବେଶିଦିନ
ସୁଖଆସେ ହସିହସି
ଦୁଃଖ ପରେ ସୁଖ ସତ୍ୟ ଚିରନ୍ତନ
ସମୟ ସାପେକ୍ଷ ଖୁସି ॥
କର୍ମ ଆଧାରରେ ଫଳଫଳେ ସତେ
ଏକଥା ନୁହଁଇ ମିଥ୍ୟା
ସୁକର୍ମ କଲେ ଭଲ ଫଳ ମିଳେ
କୁକର୍ମ କଲେ ପିତା ॥