ଉଡିଯିବ ପ୍ରାଣପକ୍ଷୀ
ଉଡିଯିବ ପ୍ରାଣପକ୍ଷୀ


କୁଳ ସୀମନ୍ତିନୀ ଲଜ୍ଜା ଅନୁଭବି ପାରିବକି ବାରଙ୍ଗନା
ପଞ୍ଚ ଗଙ୍ଗାନୀରେ ସ୍ନାନାନ୍ତେ କାକ କି ହୋଇବ ମରାଳବର୍ଣ୍ଣା
ବନ୍ୟ ଫଳମୂଳ ଭୁଞ୍ଜି ଶାଖାମୃଗ ସିବର ସମ କି ହେବ
ଯେ ଯାହା ବେଭାରେ ଥିବେ ଏ ସଭାରେ ସୃଷ୍ଟି ସମତାଳେ ଥିବ ।
ଶମ ଦମ ଧର୍ମ ଏକୁ ତ ଆରେକ କେବେ ନ ବଳେଇଯିବ
ପାପର ପୀଡ଼ନ ଲଙ୍ଘିଲେ ତ କୂଳ ଧର୍ମ ସଂସ୍ଥାପନ ହେବ
ଉତ୍ଥାନପତନ ସୁଖଦୁଃଖ ତୀରେ ଚକ୍ରରେ ଦୋଳାୟମାନ
ଜୀବନ କେଉଁଠି ପରିପୂର୍ଣ୍ଣ ହୁଏ କେଉଁଠି ତ ଶୂନ୍ୟସ୍ଥାନ ।
ଅନ୍ଧ ଆବେଗରେ ପିତ୍ତଳ ଧାରଣେ ସୁବର୍ଣ୍ଣ କି ହେବ ପ୍ରାପ୍ତି
ପୁଟଦିଆ ଧାତୁ ସମୟ ସୁଅରେସ୍ୱରୂପେ ବିତରେ ଜ୍ୟୋତି
ମହାକାଳ ନୀରେ ବୁଦ୍ ବୁଦ୍ ପରାୟେ ଜୀବନ ତ ଭାସିଯିବ
ନିଜର ସାମର୍ଥ୍ୟେ ଶ୍ରେଷ୍ଠତା ପାଳନେ ମହୀରେ ଯଶ ରହିବ ।
ଆତ୍ମଅଭିମାନ ମାନ ସନମାନ ସମୟକୁ ଜଗିରଖି
ଆପଣା ବାଟରେ ଚାଲିଥା'ରେ ମନ ଉଡିଯିବ ପ୍ରାଣପକ୍ଷୀ ।