STORYMIRROR

Akshayakumar Dash

Inspirational

3  

Akshayakumar Dash

Inspirational

ନିରାହାରିଣୀ

ନିରାହାରିଣୀ

1 min
153

ଏଠି ଖାଦ୍ୟ ଖାଦକ ଓ ଖାଦ୍ୟ ଅଛି

ଏମିତି ବିନା ଖାଦ୍ୟରେ

ବଞ୍ଚି ରହିବା ଲୋକ

ଖାଦ୍ୟ ସମସ୍ୟାର

ହୋଇବ ପ୍ରତିକାର

ଖାଦ୍ୟ ଗ୍ରହଣ ନକଲେ

ଗଛ ଫଳ ମାଟି ହେବ

କୃଷକ ଚାଷ କରିବନି

ଖାଦ୍ୟ ସଂସ୍ଥା ବନ୍ଦ ହେବ

ନିରାହାରିଣୀ ଯୋଗିନୀ

ଖାଦ୍ୟବିନା ବଞ୍ଚିବାର କଳା

ତାଙ୍କ ଠାରୁ ଶିଖିବାର ଯୌଗିକ ପ୍ରକ୍ରିୟା

ପ୍ରେମାନନ୍ଦ ଆସିଥିଲେ ଧାଇଁ।

ମନୁଷ୍ୟର ଆତ୍ମା

ଈଶ୍ୱରଙ୍କ ଜ୍ୟୋତିରେ

ଶିକ୍ଷା କରି ପାରିବ 

ବିନା ଖାଦ୍ୟେ ବଞ୍ଚିବାର କଳା

ଯୋଗିନୀ ମନା କଲେ

ଶିଖିବାକୁ ଖାଦ୍ୟ ବିନା ବଞ୍ଚିବାର ବିଦ୍ୟା

ସୃଷ୍ଟି ପ୍ରକ୍ରିୟାରେ ବାଧା ସୃଷ୍ଟି ହେବ

ଗଛ ଫଳ ଦେବ ନାହିଁ

ମାଟି ଶୁଷ୍କ ହୋଇ ପଡି ବି ରହିବ

କୃଷକର କର୍ଷଣ କ୍ଷେତ୍ରଟି

ମରୁଭୂମି ହେବ

କେବଳ ସାଧନା ନୁହେଁ

ବ୍ୟକ୍ତିଗତ ରୁଚି ସୁଧାରିବା

ସାଧନା ତାହା ଯାହା ସୃଷ୍ଟି ରକ୍ଷା ପାଇଁ

ତାକୁ ମଣିନେବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Inspirational