STORYMIRROR

BISWESWAR MAJHI

Inspirational

3  

BISWESWAR MAJHI

Inspirational

ମାଘ ସପ୍ତମୀ

ମାଘ ସପ୍ତମୀ

1 min
261

,       


ଚନ୍ଦ୍ରଭାଗା ଆଜି ଚପଳ ଛନ୍ଦା ବକ୍ଷରେ ତା ଲକ୍ଷେ ଭକ୍ତ

ମାଘ ସପ୍ତମୀକୁ ଚାହିଁ ରହିଥିଲା ଚାତକ ପରି ଆସକ୍ତ ।


ଆ କା ମା ବୈ ପୂଣ୍ୟ ମାସ ଚାରି ଶାସ୍ତ୍ରରେ ଅଛି ବିଦିତ

ମାଘର ମାହାତ୍ମ୍ୟ ପୁଣ୍ୟ ଅକଳିତ ବସନ୍ତ ପଞ୍ଚମୀ ଶୃତ।


ଶାମ୍ବ ଦଶମୀରେ ଚନ୍ଦ୍ରଭାଗା ତୀରେ ମାର୍ତ୍ତଣ୍ଡ ଦେବଙ୍କ ଯୋଗ

କୃଷ୍ଣ ପୁତ୍ର ଶାମ୍ବ କୁଷ୍ଠ ରୋଗୁ ମୁକ୍ତି ଥିଲା ଯାହା ଦୂରାରୋଗ୍ୟ। 


ସେହି ଚନ୍ଦ୍ରଭାଗା କୋଣ ଅର୍କେ ଭାନୁ ସ୍ପର୍ଶ କରନ୍ତି ମୃତ୍ତିକା

ବିଶ୍ୱେ ଅଦ୍ୱିତୀୟ ରଥ ରୂପେ ଗଢା ମନ୍ଦିର ରହିଛି ଟୀକା।


ଉତ୍ତରାୟଣରୁ ଦକ୍ଷିଣ ଅୟନ ରବି ଗତି ଅନୁସାରେ

ପ୍ରଥମ କିରଣ ପଡିବ ମନ୍ଦିରେ ସ୍ଵତନ୍ତ୍ର ନିର୍ମିତ ଦ୍ୱାରେ।


ମନ୍ଦିର ଗଲାଣି ଅଛି ମୁଖଶାଳା ତଥାପି ବିସ୍ମୟ ତୋଳେ

ଆଶ୍ଚର୍ଯ୍ୟ ଚକିତ ଦର୍ଶନେ ଅଙ୍କିତ ବିଶ୍ୱାସ ହେବ କି ଡୋଳେ !


ଚନ୍ଦ୍ରଭାଗା ନଦୀ ସାଗର ସଂଗମ ଚାହିଁ ବସିଥିଲା ଭକ୍ତ

ବରଷକେ ଥରେ ଅପୂର୍ବ ସୁଯୋଗ ଶରୀର କରିବ ସିକ୍ତ।


କରାଳ କୋଭିଡ କାୟା ମେଲାଇଛି ଚନ୍ଦ୍ରଭାଗା ବୁଡ ମନା

ଆଧ୍ୟାତ୍ମିକ ବୁଡ ତୀର୍ଥ ସ୍ଥଳ ସ୍ମରି ଶରଣ ପଞ୍ଜର ବାନା।


ଆସୁଛି ମକର ସଂକ୍ରାନ୍ତି ହୋଇବ କୁମ୍ଭ ମେଳା ଆୟୋଜନ 

ଗଙ୍ଗା ସାଗରର ସଙ୍ଗମ ସ୍ଥଳରେ ବୁଡଟିଏ ଦେବା ମନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational