Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Antaryami Sahu

Inspirational

3  

Antaryami Sahu

Inspirational

ରେ ମୁଢ଼ ମନ

ରେ ମୁଢ଼ ମନ

1 min
218


କୃଷ୍ଣ ଚରଣେ ଦିଅ ମନରେ , ମୁଢ଼ ମନ ।। ଘୋଷା |

ସେ ହରି ଏକା ସାର 

            ଏହି ଭବସାଗର

ଅକ୍ଳେଶେ ପାରିହେବୁ ଜାଣରେ , ମୁଢ଼ ମନ । ଠା   

ଦୟାଧର୍ମ ଚିତ୍ତେ ନାହିଁ

            ଜୀବ ପରେ ଦୟା ନାହିଁ ।

 ବୁଦ୍ଧିଭ୍ରମ ହୁଏ ତୋର ।

 ମାୟାମୋହେ ପଡିଣରେ,ମୁଢ଼ ମନ ।

କୃଷ୍ଣଚରଣେ. . . . . I୧I

କେତେ ମୁନି କେତେ ତପି

        ତରିଗଲେ ନାମଯପି ।

କୃଷ୍ଣ ନାମ କରିସାର ।

ପାରି ଭବବନ୍ଧନରେ, ମୁଢ଼ମନ ।

କୃଷ୍ଣଚରଣେ. . . . I୨I

ଯାକୁବୋଲୁ ମୋର ମୋର

       ସେହି ନୁହେଁ ତୋର ରେ ।

ମାୟା ମରିଚିକା ପଛେ ।

ଧାଉଁ ଅକାରଣରେ,ମୁଢ଼ ମନ ।

କୃଷ୍ଣଚରଣେ. . . . I୩I

ଦିବାରାତ୍ର ଲୟ କର

         କୃଷ୍ଣ ନାମ ହୃଦେ ଧର ।

କୃଷ୍ଣନାମ ବିନା ଆନେ ।

ନଦିଅ ତୁ ଧ୍ୟାନରେ, ମୃଢ଼ମନ ।

କୃଷ୍ଣଚରଣେ. . . . I୪I



Rate this content
Log in

Similar oriya poem from Inspirational