STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଦୟାକର ମାଁ ଜ୍ଞାନଦାତ୍ରୀ

ଦୟାକର ମାଁ ଜ୍ଞାନଦାତ୍ରୀ

1 min
247



ଜନକ ଜନନୀ ପଦମ ଦୁରଜ

ନିଜ ମସ୍ତକ ପରଧାରି।

ବନ୍ଦୌଂ ମାତୁ ସରସ୍ବତୀ

ବୁଦ୍ଧି ବଳ ଦେବାତାରି।।

ପୂର୍ଣ୍ଣ ଜଗତ ମେ ବ୍ୟାପ୍ତ ତବ

ମହିମା ଅମିତ ଅନଂତୁ।


କି ଦେଇ ପୂଜିବି ଜ୍ଞାନଦାତ୍ରୀ ମାତା

ସମ୍ବଳ ମୋ ପାଖେ ନାହିଁ

ଜ୍ଞାନର ସାଗର ବିଦ୍ୟାର ଭଣ୍ଡାର

ଅର୍ଥବଳ କିଛି ନାହିଁ।୧।

ତହରି ଶକ୍ତିରେ ତହରି ନିର୍ଦ୍ଦେଶେ

କବିତା ଲେଖୁଛି ନିତ୍ୟେ

ଛଳନା ନକରି ଭୂଲିଟି ଯିବୁନିଁ

ଆଶିଷ ଦେବୁଟି ନିତ୍ୟେ।୨।

ଭକ୍ତିଭରେ ପୂଜେ ତବ ଶ୍ରୀଚରଣ

ତୋହରି ସୁଦୟା ହେଉ

ମୂର୍ଖ ପାଷାଣ୍ଡକୁ ଜ୍ଞାନ ଭରି ଦିଅ

କବିତା ରଚନା ହେଉ।୨।

ତୋହରି କରୁଣା ତହରି ଆଶିଷ

ପଡୁଥାଉ ମତେ ନିତ୍ୟେ

ତହରି ଶକ୍ତିରେ କବିତା ଲେଖିବି

ଭକ୍ତି କରୁ ଅଛି ନିତ୍ୟେ।୩।

ଆଜି ପରା ତର ପଞ୍ଚମୀ ଆସିଛି

ବସନ୍ତ ପଞ୍ଚମୀ ତର

ସକାଳୁ ଉଠିଣ ନିତ୍ୟକର୍ମ ସାରି

ପୂଜେଟି ସକାଳୁ ତର।୪।

ଆଶିଷ କରିଣ ଜ୍ଞାନ ଭରି ଦିଅ

ଜ୍ଞାନର ସାଗର ତୁହି

ଜନକଲ୍ୟାଣର କବିତା ମୋ ହେଉ

ଦେଶହିତ ପାଇଁ ରହୁ।୫।

ତହରି କରୁଣା ଦେଶରେ ପଡିଲେ

ଜ୍ଞାନବାନ ହେବେ ଜନେ

ତହରି ଆଶିଷେ ପ୍ରାଣରେ ପଡିଲେ

ଶିକ୍ଷିତ ହୋଇବେ ଜନେ।୬।

ବୀଣାପାଣି ମାତା ତହରି ଆଶିଷେ

ଭାଷାର ହେଉ ମଙ୍ଗଳ

ମାତ୍ରୁଭାଷା ପ୍ରତି ପବିତ୍ର ଆଦର

ଜନମନେ ହେଉ ଅଟଳ।୭।

ପବିତ୍ର ପଞ୍ଚମୀ ବସନ୍ତ ପଞ୍ଚମୀ

ଡାକୁଅଛି ମାତା ତତେ

ବିଚ୍ଛିନ୍ନାଚଳରେ ଭାଷା ଧୂଳି ଭରି

କୁତାର୍ଥ କର ମାଁ ମତେ।୮।

ନମଃ ବୀଣାପାଣି ଜଗତ ତାରିଣୀ

ଭାଷା ଦୀପ ଜଳୁ ଥାଉ

ଭାଷାର ପ୍ରଦୀପ ବିଚ୍ଛିନ୍ନାଚଳରେ

ନିତ୍ୟେ ପ୍ରଜ୍ବଳିତ ହେଉ।୯।

କି ଦେଇ ପୂଜିବି ଜ୍ଞାନଦାତ୍ରୀ ମାତା

ସମ୍ବଳ ମୋ ପାଖେ ନାହିଁ

ଜ୍ଞାନର ସାଗର ବିଦ୍ୟାର ଭଣ୍ଡାର

ଅର୍ଥବଳ କିଛି ନାହିଁ।୧୦।




Rate this content
Log in

Similar oriya poem from Inspirational