Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

GAGAN KUMAR DASH

Inspirational

3  

GAGAN KUMAR DASH

Inspirational

ସଭିଏଁ ଧାଆଁନ୍ତି ମାଗଣା ପଛରେ

ସଭିଏଁ ଧାଆଁନ୍ତି ମାଗଣା ପଛରେ

1 min
182



ଛୁଆଟିଏ ଜନ୍ମ ହେଲେ

ଖିର ଭରି ଯାଏ

ମାଆର ସ୍ତନରେ ।


ବେଙ୍ଗ ତା'ର

ଶାବକକୁ ଜନ୍ମ କରେ

ପେଟ ଫଟାଇ

ଆଦରି ନିଏ ମୃତ୍ୟୁକୁ ।


ପଶୁ ପକ୍ଷୀ ପ୍ରସବିତ ପରେ

କୋମଳ ଛୁଆଟି

ନିଜ ଗୋଡ଼ରେ ଛିଡ଼ା ହୋଇଯାଏ ।


ମଞ୍ଜିଟି ଅଙ୍କୋରଦ୍ଗମ ରେ ହିଁ

ନିଜ ଖାଦ୍ୟ ନିଜେ ହିଁ

ସଂଗ୍ରହ କରେ ।


କିନ୍ତୁ

ଏ ମଣିଷ

ପୃଥିବୀର ଶ୍ରେଷ୍ଠ ଜୀବ

ଆଶ୍ରୟ କରେ ପରକୁ

ପିଲା ଜନ୍ମ ହେବା ଠାରୁ

ଚାହେଁ ବିନା ପରିଶ୍ରମରେ

ମାଗଣା ଚିଜ କୁ ।


ଗର୍ଭରେ ପଡିବା ଠାରୁ

ଆରମ୍ଭ ହୁଏ

ଶେଷ ହୁଏ ହରିଶ୍ଚନ୍ଦ୍ର ଯୋଜନାରେ ।


କି ଆଶ୍ଚର୍ଯ୍ୟ ?

ମାଗଣା ଖାଇବାର

ଦୁର୍ବଳତା ଗ୍ରାସ କଲାଣି ସଭିଙ୍କୁ

ସଭିଏଁ ଧାଆଁନ୍ତି ମାଗଣା ପଛରେ ।


ନିଷ୍କର୍ମା ମଣିଷ ବୁଝୁନୁ

ତୋ ସମ୍ପତ୍ତି ରେ

ତୁ ହିଁ ମାଗଣା ଖାଉଛୁ

ଭିକାରୀ ବେଶରେ ।



Rate this content
Log in

Similar oriya poem from Inspirational