STORYMIRROR

Pradeep Kumar Panda

Inspirational

3  

Pradeep Kumar Panda

Inspirational

ଜୟ ଜୟ ସରସ୍ୱତୀ

ଜୟ ଜୟ ସରସ୍ୱତୀ

1 min
156


  

  

     ଜୟ ଜୟ ସରସ୍ୱତୀ 

       ଜୟ ଭାରତୀ 

     ଅଜ୍ଞାନ ତିମିରେ ମାଆ 

       ପରମ ଜ୍ୟୋତି

     ଜୟ ଜୟ ସରସ୍ୱତୀ......... ||

     ଜୟ ଦେବୀ ଭଗବତୀ 

     ବିଦ୍ୟାଦାତ୍ରୀ ଶୁଭ୍ରକାନ୍ତି

     ହର-ବ୍ରହ୍ମା-ବିଷ୍ଣୁ ଶକ୍ତି 

     ଶୁଭଙ୍କରୀ ଦିବ୍ୟମୂର୍ତ୍ତି

    ତ୍ରିଭୁବନ ପାଳିନୀ ମାଆ

       ଶାନ୍ତି ସଂହତି

     ଜୟ ଜୟ ସରସ୍ୱତୀ......... ||

     ଜୟ କଳା ନିକେତନୀ

     କବି କୁଳ ବିନୋଦିନୀ

     ବୀଣା, ପୁସ୍ତକଧାରିଣୀ

     ବ୍ରହ୍ମାଣୀ ହଂସବାହିନୀ

     ଅଭୟ ବରଦାୟିନୀ

       ଆତ୍ମା ସାରଥି

     ଜୟ ଜୟ ସରସ୍ୱତୀ......... ||

     ଜୟ ଜୟ ଜଗନ୍ମାତା

     ମଣିରତ୍ନ ବିଭୂଷିତା

    କମଳାସନେ ସଂସ୍ଥିତା

     ସୁର ନର ସୁପୂଜିତା

    ସର୍ବଦୋଷ ନିବାରିଣୀ

      ପୂଣ୍ୟ ବିଭୂତି

    ଜୟ ଜୟ ସରସ୍ୱତୀ......... ||


Rate this content
Log in

Similar oriya poem from Inspirational