STORYMIRROR

Amulya Kumar Nayak

Inspirational

3  

Amulya Kumar Nayak

Inspirational

ହେ! ମୋର ପ୍ରିୟତମ

ହେ! ମୋର ପ୍ରିୟତମ

1 min
232


ଭୁଲିଯାଅ ପଛେ ମୋ ଗାଁ ଠିକଣା

ଭୁଲିଯାଅ ପଛେ ମୋ ନାଁ ମଇନା

    ଭୁଲିବନି ମୋର ପ୍ରେମ..

    ହେ! ମୋର ପ୍ରିୟତମ

    ହେ! ମୋର ପ୍ରିୟତମ (୧)

ଦିଅ ପଛେ ତମେ ଆଖିଧାରେ ଲୁହ

ଦିଅ ପଛେ ତମେ ବୁକୁଫଟା କୋହ

     କରିବନି ବଦନାମ...

     ହେ! ମୋର ପ୍ରିୟତମ

     ହେ! ମୋର ପ୍ରିୟତମ (୨)

କୁହ ପଛେ ତମେ ଅକୁହା କଥାଟେ

ହୁଅ ପଛେ ତମେ ଅବୁଝା ମନଟେ

     କରିବନି ଅଭିମାନ...

     ହେ! ମୋର ପ୍ରିୟତମ

     ହେ! ମୋର ପ୍ରିୟତମ (୩)

ଗାଉଥାଅ ପଛେ ବିରହ ଗୀତିକା

ଲେଖୁଥାଅ ପଛେ ଜୀବନ ଦୀପିକା 

     ଭୁଲିବନି ସ୍ବାଭିମାନ...

     ହେ! ମୋର ପ୍ରିୟତମ

     ହେ! ମୋର ପ୍ରିୟତମ (୪)

ଦିଅ ପଛେ ତମେ ମରମରେ ବ୍ଯଥା

ରୁହ ପଛେ ତମେ ନେଇ ନୀରବତା

     ହୁଅନାହିଁ ନିରିମମ...

     ହେ! ମୋର ପ୍ରିୟତମ

     ହେ! ମୋର ପ୍ରିୟତମ (୫)

ପିଅ ନାହିଁ କେବେ ମଦିରା ପିଆଲା

ହୁଅନାହିଁ କେବେ ମନ ମତୁଆଲା

    ତମେ ପରା ଅନୁପମ...

    ହେ! ମୋର ପ୍ରିୟତମ

    ହେ! ମୋର ପ୍ରିୟତମ (୬)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational