ଆସ ଗଢିବା ଓଡିଆ ର ନବ ଜୀବନ
ଆସ ଗଢିବା ଓଡିଆ ର ନବ ଜୀବନ
ଆମ ହୃଦୟ ବାଣୀର ମଧୁଝଙ୍କାର
ଆମ ଭାଷା ଓ ତା'ର ଉଚ୍ଚାରଣ
ଆମ ଆଚରଣ ରୁ ଉଚ୍ଚ
ଆମ ସ୍ୱାଭିମାନ ଓଡିଆର ଗାନ।[୧]
ମାନସିକତା ଆମ ପଡିଛି ବନ୍ଧା
ବଞ୍ଚିକି ଫିରିଙ୍ଗି ଶୋଷଣୁ
ସଂସ୍କୃତି ଟା ଆମ ଭରିଛି ଆଜି
ପାଶ୍ଚାତ୍ୟ ର ବିଷାକ୍ତ କୀଟାଣୁ।[୨]
ନମସ୍କାର ପରିବର୍ତ୍ତେ ବୋଲାଉଛୁ
ଗୁଡ ମର୍ଣ୍ଣଙ୍ଗର ବିକଳ ସ୍ୱର
ଇଂରାଜୀରେ ନିମନ୍ତ୍ରଣ ପତ୍ରେ ଆମନ୍ତ୍ରୁଛୁ
ବିବାହ, ବ୍ରତ ଅବା ଅଷ୍ଟମ ପ୍ରହର।[୩]
ବନ୍ଧୁ ମଧ୍ୟେ ହାଲୋ ହାଏ ମାଧ୍ୟମେ
କରଇରେ ଭାବ ବିନିମୟ
ମମି, ଡାଡି, ଅଙ୍କଲ, ଆଣ୍ଟି, ମିସ୍ ଶଦ୍ଦେ
ବୋଲଇରେ ଆମ ପରିଚୟ।[୪]
ଆମୋଦରେ ମାତି ଆମେ ଶିକ୍ଷିତ ବୋଲାଉ
ଭରିଣ ଆମ ଭାଷାରେ ସଂକଟ
ନ କରି ବିକଳାଙ୍ଗ ତାକୁ ଆପଣିଲେ
ହୋଇବରେ ସବୁ ଭାଷେ ଶ୍ରେଷ୍ଠ।[୫]
ଦୁର୍ଦ୍ଦିନ ଆସିବା ଆଗୁ ହୋଇ ସାବଧାନ
ସ୍ମରିଣ ରାଧା,ଫକୀର ଓ ମଧୁସୁଦନ
ପଞ୍ଚସଖା ସାଧନା କୁ କରି ପାନ
ତୋଳିବାରେ ଆସ ଓଡିଆ ର ନବ ଜୀବନ।[୬]
