STORYMIRROR

BISWESWAR MAJHI

Inspirational

3  

BISWESWAR MAJHI

Inspirational

ସରସ୍ଵତୀ ପୂଜନ

ସରସ୍ଵତୀ ପୂଜନ

1 min
213


ଶ୍ୱେତବସ୍ତ୍ରା ସରସ୍ୱତୀ ବିଦ୍ୟାଦାତ୍ରୀ ବାଣୀ।

ବୀଣା ବାଦ୍ୟରେ ନିପୁଣା ମାତ ପଦ୍ମାସନା

ହଂସ ବାହନଟି ତବ କଣ୍ଠ ବୀଣାଜିଣା ।


କଳା ସଂଗୀତ ସାହିତ୍ୟ ତୁମ ବରଦାନ

ତବ କୃପାବଳେ ମନ୍ଦବୁଦ୍ଧି ପାଏ ଜ୍ଞାନ ।

ଜ୍ଞାନ ବଳେ ଧନ ମାନ ହୁଏ ଅରଜନ

ତବ କୃପା ଲଭି ନର ଭବେ ଭାଗ୍ୟବାନ।


ସବୁଠୁ ପବିତ୍ର ଶ୍ରୀପଞ୍ଚମୀ ପର୍ବ ମର୍ମ 

ତିଥି ଲୋଡା ନାହିଁ କରିବାକୁ ଶୁଭକର୍ମ।

ଜଂଗଲରୁ ରଥକାଷ୍ଠ ଚିରା ଆଭିଯାନ

ରଥଯାତ ପାଇଁ ଶୁଭ ଏହି ଅନୁଷ୍ଠାନ।


କାଳିଦାସ ମହାମୂର୍ଖ କୃପା ଲାଭ କରି

ମହା ପଣ୍ଡିତ ଭେଟିଲେ ପତ୍ନୀଙ୍କୁ ପଚାରି ।

ଅସ୍ତି କଶ୍ଚିତ୍ ବାକ୍ ବିଶେଷ' ଚାରିଶବ୍ଦ

ବିଖ୍ୟାତ କାବ୍ୟ ରଚନା କଲେ ଭବ୍ୟ ଦିବ୍ୟ।


'ଅସ୍ତ୍ୟୁତ୍ତରସ୍ୟାଂ' ଆରମ୍ଭ କୁମାର ସମ୍ଭବ 

'କଶ୍ଚିତ୍ କାନ୍ତା' ମେଘଦୂତମ୍ ମହାକାବ୍ୟ।

'ବାଗର୍ଥବିବ ସମ୍ପୃକ୍ତୌ' ରଘୁବଂଶ ଲେଖି

ବିଶେଷ'ରୁ ଋତୁ ସଂହାର କାବ୍ୟଟି ସାକ୍ଷୀ।


କୃପାକର ମାତ ଆଜି ବଢୁଛି ଅଶିକ୍ଷା

ଅନ୍ଧବିଶ୍ୱାସୀ ଧର୍ମାନ୍ଧ ଠାରୁ କର ରକ୍ଷା ।

ବାସ୍ତବ ଶିକ୍ଷାର ଗଢା ହେଉ ମୂଳଦୁଆ

ଅବିଦ୍ୟା ଦୂରେଇ ଗଢ ନୂତନ ଦୁନିଆଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational