Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Antaryami Sahu

Inspirational

3  

Antaryami Sahu

Inspirational

ହେ ପ୍ରାଣ ଈଶ୍ଵର

ହେ ପ୍ରାଣ ଈଶ୍ଵର

1 min
300



ହେ ପ୍ରାଣ ଇଶ୍ଵର       ମୋ ହୃଦଠାକୁର

      ମୋ ଜୀବ ଜୀବନ ଧନ,

ହେ ଗଳାର ହାର        ମନ ଚିତ୍ତ ଚୋର

      ତୁମେ ମୋର ଗଣ୍ଠିଧନ ।।

ହେଅନାଥ ନାଥ         ଜଗତର ନାଥ

        ମହାବାହୁ କୃପାସିନ୍ଧୁ ,

ହେଅଗତି ଗତି        ମୋର ପ୍ରାଣପତି

       ମୋ ଜୀବନ ପ୍ରାଣବିନ୍ଦୁ । ।

ହେ ଗୋକୁଳାନନ୍ଦ         ନନ୍ଦ କୂଳଚାନ୍ଦ

        ଦୀନ ଜନ ପରିତ୍ରାତା,

ହେ ଜାମଳା ଭଞ୍ଜ       ଦର୍ପଦଳ ଗଞ୍ଜ

        ଜଗତ ଉଦ୍ଧାର କର୍ତ୍ତା । ।

ଯିଏ ଯାହାମାଗେ      ଦିଅ ତାକୁ ଆଗେ

       ଦୟାମୟ ଦଇତାରୀ ,

ମୋବେଳରେ କିଆଁ      ଏଡିକି ନିର୍ଦ୍ଦୟା

     ହେଉଅଛ ବଂଶୀଧାରୀ । ।

ତୁମ ବିନା ନାଥ         ଆନେ ନାହିଁ ମାଥ

     କେବଳ ତୁମେ ହିଁ ମୋର,

ଜୀବନ ଯୌବନ       ଏମନ ପରାଣ

    ସମର୍ପି ଦେଇଛି ମୋର । ।

ମନେ ବରିଅଛି      ଆହେ ଶିରିବତ୍ସି

   ତୁମେ ମୋ ମନଠାକୁର,

ଚିତ୍ତ-ମତ୍ତି ଦେଇ      ଦିବାନିଶି ଧ୍ୟାୟୀ

     ଆପଣଙ୍କ ଶ୍ରୀପୟର ।।

ମନର ବେଦନା     ବୁଝ ଆହେ କାହ୍ନା

    ଶ୍ରୀଚରଣେ ସ୍ଥାନ ଦିଅ,

କିଣା ଦାସୀ ଟିଏ        କରିଦିଅ ହାଏ

     ଆହେ ନନ୍ଦରାଣୀ ପୁଅ । ।

ଗୋପୀ ମାନେ ଦିନେ     ପୂଜିଥିଲେ ମନେ

       ତାଙ୍କ ଇଚ୍ଛାପୂର୍ଣ୍ଣ କଲ,

ମୋ ବେଳରେ କିଆଁ        ଆହେ ଚଉବାହା

       କରୁଅଛ କଳ -ବଳ ।।

କୃପାନେତ୍ରେ ଚାହଁ      ଆହେ ଦୟାମୟ

       ଦାସୀ ଇଚ୍ଛା ପୁର୍ଣ୍ଣ କର,

କରୁଣା ନୟନେ       ଦେଖ ଜନାର୍ଦ୍ଧନେ

      ମୁଁ ମୁଢ଼ କିଙ୍କର ଛାର ।।

ଲୋଡ଼ା ନାହିଁ ମୋର     ସ୍ଵର୍ଗ ସୁଖ ଭାର

      କେବଳ ଶ୍ରୀପଦେ ଇଚ୍ଛା,

ତୋଲି ନିଅ ବାରେ    ଏ ଅଧମେ ଥରେ

    ପୁର୍ଣ୍ଣ ହେବ ମନୋବାଞ୍ଛ। ।।



Rate this content
Log in

Similar oriya poem from Inspirational