ଶବରୀର ଭକ୍ତି
ଶବରୀର ଭକ୍ତି


କେଉଁ ଜଳ ନେଇଁ ଧୋଇବି ପୟର
ଆଖିରେ ମୋ ଲୁହ ନାହିଁ।
କେଉଁଫୁଲରେ ମୁଁ ଗୁନ୍ଥିବିହାର
ଫୁଲରେ ମହକନାହିଁ।।
କେଉଁ ତୁଳସୀରେ ମଣ୍ଡିବି ତୁମକୁ
ଗଛ ମୁହିଁ ଚିହ୍ନି ନାହିଁ, ପ୍ରଭୁ
ଆଖିରେ ମୋ ଲୁହ ନାହିଁ।
କେଉଁ ଜଳ ନେଇ ଧୋଇବି ପୟର . . . IO|
କାହିଁ କେତେଦିନ ଅପେକ୍ଷା କରି କି
ଦିନ ମୋର ବିତିଥିଲା,
ଆଖି ଲୁହ ସବୁ ବୋହି ଯାଇ ପ୍ରଭୁ
ନଦୀ ହୋଇ ବହିଗଲା ।
ଆଉ କେଉଁ ନୀର ଅଛି ହେ ଠାକୁର
ପାଦ ପଖାଳିବି ମୁହିଁ : ପ୍ରଭୂ ,
ଆଖିରେ ମୋ ଲୁହ ନାହିଁ।
କେଉଁ ଜଳ ନେଇ ଧୋଇବି ପୟର . . . I୧I
ଗଡି ଗଡିଗଲା ଦିନ ମାସ ବର୍ଷ
କେଶ ଗଲା ଶୁକ୍ଳ ହୋଇ,
କୁ ରୂପ ହୋଇଲା ଶରୀର ମୋହର
ଆହେ ପ୍ରଭୁ ଭାବଗ୍ରାହୀ ।
କେଉଁ ଚନ୍ଦନରେ ଲଗାଇବି ଚିତା
ଚନ୍ଦନେ ସୁବାସ ନାହିଁ, ପ୍ରଭୁ,
ଆଖିରେ ମୋ ଲୁହ ନାହିଁ।
କେଉଁ ଜଳ ନେଇ ଧୋଇବି ପୟର . . . I୨I
ମଲ୍ଲୀ , ମାଳତୀରେ ଗୁନ୍ଥି ଥିଲି ହାର
ମନେ କେତେ ଆଶା ରଖି,
ଚାହିଁ ଚାହିଁ ପଥ ଦିନ ସରିଗଲା
ଆହେ ପ୍ରଭୁ ଚକା ଆଖି ।
ଫୁଲ ବାସି ହେଲା ମହକ ସରିଲା,
ସେ ଫୁଲେ ସୁବାଷ ନାହିଁ, ପ୍ରଭୂ ,
ଆଖିରେ ମୋ ଲୁହ ନାହିଁ।
କେଉଁ ଜଳ ନେଇ ଧୋଇବି ପୟର . . . I ୩ ।
କେତେ ଆଶା ନେଇ ତୋଳିଲି ତୁଳସୀ
ତୁମ୍ଭଙ୍କୁ ମଣ୍ଡିବା ପାଇଁ,
ସେ ତୁଳସୀ ପୁଣି କରଇ ନିରାସ
ତୋପ୍ରଭୁ ଆସିବେ ନାହିଁ।
ତୁଳସୀର ସିନା ଅଟ ତୁମ୍ଭେ ପ୍ରଭୁ,
ମୋ ପ୍ରଭୁ ହେବ କି ନାହିଁ, ପ୍ରଭୁ,
ଆଖିରେ ମୋ ଲୁହ ନାହିଁ।
କେଉଁ ଜଳ ନେଇଁ ଧୋଇବି ପୟର . . . . I୪ ।