STORYMIRROR

Rabindra kumar Sahoo

Inspirational

3  

Rabindra kumar Sahoo

Inspirational

ହେ ନ୍ୟାୟାଧୀଶ

ହେ ନ୍ୟାୟାଧୀଶ

1 min
145

  

   ତୁମେ ମହାଈଶ

     ତୁମେ ମହାବିଶ୍ଵ

    ଶେଷ ନିଷ୍ପତ୍ତି ଅଟେ

     ତବ ଶୁଣାଣି 

      ତବ ନିର୍ଦ୍ଦେଶ

     ହେ ନ୍ୟାୟାଧୀଶ ।।(୧)


   ପ୍ରତି ପ୍ରଜାତନ୍ତ୍ରର 

    ନିରପେକ୍ଷ ନରେଶ

  ତୁମ ନିର୍ଦ୍ଦେଶନାମା ଅଟେ

    ସର୍ବୋତ୍ତମ ଓ ସର୍ବ ଶୀର୍ଷ

  ଦୋଷୀକୁ ସ୍ଵୀକାର କରାଇଥାଅ

    ତା'ର କଲା କୁକର୍ମର ଦୋଷ

   ନିର୍ଦ୍ଦୋଷ ମନେ ଆଣିଦେଇଥାଅ

    ହର୍ଷ ଉଲ୍ଲାସ

   ସତେ ତୁମେ କେତେ ମହାନ୍

   କେତେ ସୁନ୍ଦର ତବ ନିର୍ଦ୍ଦେଶ

    ହେ ନ୍ୟାୟାଧୀଶ ।।(୨)


   ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟ ପାଳନ

   ଏ ଦୁଇ ବିଭାଗ ମଧ୍ୟେ 

     ରକ୍ଷା କର ଉଚିତ୍ ମାନ

   ନତୁବା ତୁମେ କରିଥାଅ ଦଣ୍ଡ ବିଧାନ

  ସବୁ ଦଳମତରୁ ରହି ଉର୍ଦ୍ଧ୍ୱରେ

   ରକ୍ଷାକର ଆମ ସମ୍ବିଧାନ

  ରକ୍ଷାକର ଦେଶ ଓ ଜାତିର ସମ୍ମାନ

  ସବୁ ବିଭାଗରୁ ସବୁ ଜନଗଣ ଯାଏଁ

   କରନ୍ତି ତବ ସୁଗୁଣ ମାନ ଗାନ

  ଶାନ୍ତିର କପୋତ

     ଆହେ ନର ଈଶ

  ଏ ଧରାପୃଷ୍ଠର ସବୁ ପୃଷ୍ଠଭୂମିର

    ତୁମେ ହିଁ ନ୍ୟାୟର ଈଶ

    ହେ ନ୍ୟାୟାଧୀଶ ।।(୩)


   ହତ୍ୟା ମିଥ୍ୟା ଲୁଣ୍ଠନ ହିଂସା ଓ ଦ୍ୱେଷ

   ତୁମ ଲାଗି ହେଉଛନ୍ତି ଭୟଭୀତ

    ରଚିବାକୁ ତାଣ୍ଡବ ସକଳ ବୀଭତ୍ସ

   ତୁମ ଆଇନ ଆଖିରେ ଧରାପଡୁଛନ୍ତି

    ଯେତେ ଯେତେ ସବୁ ମହା ରାକ୍ଷସ

   ତୁମରି ବିଚାରଧାରା ରେ ଦଣ୍ଡିତ ହୋଇ

   ସକଳେ ଯାଉଛନ୍ତି ପରା ନାଶ

  ତୁମେ ଶାସନ ତୁମେ ଆଇନ୍

  ତୁମେ ନ୍ୟାୟପାଳିକାର

   ମହା ମହିମ ମହା ମହେଶ

   ହେ ନ୍ୟାୟାଧୀଶ

    ହେ ନ୍ୟାୟାଧୀଶ ।।(୪)


  ତୁମରି ଯୋଗୁଁ ପ୍ରଗତି

  ତୁମରି ପାଇଁ ଘଟୁଛି ସମାଜେ

   ଅହରହ ବିକାଶ

  ରାଜ୍ୟର ମଙ୍ଗଳ ଦେଶର ମଙ୍ଗଳ

   ମଙ୍ଗଳ ର ବାର୍ତ୍ତା ବହନ କରୁଛି

    ଏ ସମଗ୍ର ବିଶ୍ଵ

   ହେ ନ୍ୟାୟାଧୀଶ

     ହେ ନ୍ୟାୟାଧୀଶ ।।(୫)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational