Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others

3  

Bharatabandhu Biswal

Inspirational Others

ସତ୍ୟମେବ ଜୟତେ

ସତ୍ୟମେବ ଜୟତେ

1 min
164



ସତ୍ୟ ହିଁ ଧର୍ମ ସତ୍ୟ ହିଁ ତପ

ସତ୍ୟ ଦିବ୍ୟ ଜ୍ଞାନାଲୋକ

ସତ୍ୟ ମୂଳାଧାର ସତ୍ୟ ସୁବିଶ୍ୱ।ସ

ସୁସଙ୍କଳ୍ପ ସୁବିବେକ ।


ବଢାଏ ପ୍ରତିଷ୍ଠା ମର୍ଯ୍ୟାଦା ଦୃଢତା

ସୁନ୍ଦର ସତ୍ୟ ଚିନ୍ତନ

ଯଥାର୍ଥ ବାସ୍ତବ ଯୁକ୍ତିନିଷ୍ଠ ସତ୍ୟ

ମଙ୍ଗଳ ସଚ୍ଚିଦାନନ୍ଦ ।


ତଥ୍ୟ ବିଶ୍ଳେଷଣ ବଳିଷ୍ଠ ପ୍ରମାଣ

ସ°ଜ୍ଞାନ ଅନୁଶୀଳନ

ଭୂପୃଷ୍ଠ ଗରଭୁ ଘନ ଅନ୍ଧକାରୁ

ସତ୍ୟ କରେ ଉନ୍ମୋଚନ ।


ସତ୍ୟ ବ୍ୟତୀରେକେ ହୁଏ ନଷ୍ଟଗତି

ଜନ୍ମ ଓ ଜୀବନ ବ୍ୟର୍ଥ

ଘଟାଏ ପ୍ରଳୟ ଧ୍ୱଂସ ମିଥ୍ୟାଚାର

କଳଙ୍କ ପାପ କୁତ୍ସିତ ।


କଣ୍ଠେ ସତ୍ୟବାଣୀ ପ୍ରକାଶଇ ଦ୍ୟୁତି

ସତ୍ୟ ଶ୍ରେଷ୍ଠ ଆଭୂଷଣ

ଯୁଗେ ଯୁଗେ ହୁଏ ସତ୍ୟର ବିଜୟ

ସତ୍ୟ ମୁକ୍ତି ଧର୍ମ ପୁଣ୍ୟ ।


ସତ୍ୟ ଯୋଗୁଁ ସୃଷ୍ଟି ହୁଏ ଆତଯାତ

ଉଦେଅସ୍ତ ସୂର୍ଯ୍ୟ ଚନ୍ଦ୍ର

ସତ୍ୟ ବ୍ରହ୍ମା ବିଷ୍ଣୁ ପ୍ରଣବ ଶକତି

ସତ୍ୟ ଶିବ ମହାମନ୍ତ୍ର ।


କାୟମନୋବାକ୍ୟେ କର୍ମ ଓ କର୍ତ୍ତବ୍ୟେ

ସତ୍ୟର ଅନୁପାଳନ

କରେ ପୁରୁଷକୁ ଦିବ୍ୟ ଅନୁପମ

ଉତ୍ତମ ପୁରୁଷୋତ୍ତମ ।

  


Rate this content
Log in

Similar oriya poem from Inspirational