Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

କଜଳପାତିଆ

କଜଳପାତିଆ

1 min
131



ଶକୁନି ମାମୁଁର ପଶା ଖେଳେ ହେବ

କୁରୁ ପାଣ୍ଡଵଙ୍କ କଳି

କୁରୁସଭା ମଧ୍ୟେ ଅତି ଆରତରେ

ଡାକିବେ ନିଶ୍ଚେ ପାଞ୍ଚାଳୀ l


ଭାରତ ଯୁଦ୍ଧରେ ଭରତିଆ ପକ୍ଷୀ

ଘଣ୍ଟ ଘୋଡ଼ାଇ ରଖିବ

ନନ୍ଦିଘୋଷ ରଥେ ହେ ପାର୍ଥ ସାରଥୀ

ପାର୍ଥେ ଗୀତା ଶୁଣାଇବ l


ଅନ୍ଧର ନନ୍ଦନ ଛନ୍ଦ ଆଚରିବ

ପାଣ୍ଡଵଙ୍କୁ ବନବାସ

ସଇରିନ୍ଦ୍ରୀ ହୋଇ ଦ୍ରୁପଦ ନନ୍ଦିନୀ

ସାଜିବେ ସୁଦେଷ୍ନା କେଶ l


ମହାବଳି ଭୀମ ସୂପକାର ହେବେ

ଧର୍ମରାଜ କଙ୍କ ପଣ୍ଡା

କୀଚକ ମରିବ ଭୀମ ମୁଷ୍ଟି ଘାତେ

ଜୟଦ୍ରଥ ହେବ ଲଣ୍ଡା l


ଅରଜୁନ ପୁଣି ଵୃହନ୍ନଳା ହେବେ

କିନ୍ନର ରାଜ ନର୍ତ୍ତକୀ

ନୃତ୍ୟ ଶିଖାଇବେ ଉତ୍ତରା କୁମାରୀ

ତାକ ଥେଇ ତାକ ଥିକି l


ଅଠର ଦିନର ମହାଭାରତରେ ପାପୀ

ସର୍ବେ ଯିବେ ନାଶ

ଏହା ପରା ଚକ୍ରୀ ତୁମ୍ଭ କଳପନା

ଚକ୍ରଧର ହୃଷିକେଶ l


ପୁଣି କିଆଁ ପ୍ରଭୁ ଶାନ୍ତିବାର୍ତ୍ତା ଘେନି

ହସ୍ତୀନା ନବରେ ଗଲ

କଜଳପାତିଆ ଭଦରଲୋକିକୁ ପାଅ

କିବା ପ୍ରଭୁ ଭଲ l


କି ଯଶ ଅର୍ଜିଲ ବିଦୁର ମନ୍ଦିରେ ଶାଗ

ପଖାଳକୁ ଖାଇ

ଦୁରୁଜନ ଦୁର୍ଯ୍ୟୋଧନ ଝିଙ୍ଗାସିଲା

ଧନ୍ୟ କାଳିଆ କହ୍ନାଇ l


ଯୁଦ୍ଧୁ ଅଟେ ଶାନ୍ତି ସର୍ଵକାଳେ ଭଲ

ଦେଲଥିଲ ପ୍ରଭୁ ଶିକ୍ଷା

ଭିକ୍ଷା କରେ ପ୍ରଭୁ ତୁମ୍ଭରି କରୁଣା

ତୁମ୍ଭ ନାମ କରି ଦୀକ୍ଷା l


ଜୟ ଜଗନ୍ନାଥ ନୀଳାଚଳ ନାଥ

ହେ ନୀଳସିନ୍ଧୁ କୁଳିଆ

କଜଳପାତିଆ ତୁମ୍ଭର ରୂପଟି ଅଟେ

ତ୍ରିପଣ୍ତ କାଳିଆ l


Rate this content
Log in

Similar oriya poem from Inspirational