Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ପାପଡାହାଣ୍ଡିର ସହୀଦ କ୍ଷେତ୍ର

ପାପଡାହାଣ୍ଡିର ସହୀଦ କ୍ଷେତ୍ର

1 min
138


(୧୯୪୨ ଅଗଷ୍ଟ ୨୪ ତାରଖର ମର୍ମନ୍ତୁଦ ଘଟଣା)

ବୀର ସଙ୍ଗ୍ରାମୀ ଲକ୍ଷ୍ମଣ ନାୟକ 

କୋରାପୁଟ ର ଗାନ୍ଧୀ

ମିଛ ଅଭିଯୋଗେ ଗୋରା ପୋଲିସ୍ 

ନେଲାତ ତାଙ୍କୁ ବାନ୍ଧି।

ବିରୋଧ କଲେ ପାପଡାହାଣ୍ଡିରେ 

ସ୍ଥାନୀୟ ନରନାରୀ

ଶୋଭାଯାତ୍ରା ସେ କରିଲେ ସବୁ

ହାତେ ତ୍ରିରଙ୍ଗା ଧରି ।

ଥାନା ଘେରାଉ ପାଇଁକି ଲୋକେ 

ଚାଲିଲେ ଡାବୁ ଗାଁ

ବାଟେ ପଡ଼ିଲା ଉରୀ ନଦୀ ତ

ଛୋଟିଆ ପୋଲ ସାହା ।

ପୋଲ ମୁଣ୍ଡରେ ଗୋରା ପୋଲିସ୍

ଜଗି ବସିଲେ ବାଟ

ଶୋଭାଯାତ୍ରା ତ ଆସିଲା ଯେବେ

ମାରିଲେ ଗୁଳି ଚୋଟ ।

ସତର ଜଣ ଦେଶ ସେବକ

ପଡ଼ିଲେ ସେଠି ଟଳି

ଅନେକେ ଡେଇଁ ଉରୀ ନଦୀକୁ

ଜୀବନ ଦେଲେ ବଳି ।

କରୁଣ ସେହି ଦୁଃଖ ଘଟଣା

ଶାଖି ତା ଉରୀ ନଈ

କୂଳରେ ତାର ସ୍ମୃତି ସ୍ତମ୍ଭ

ସେ କଥା ଯାଏ କହି ।

ସେଦିନ ର ସେ ସହିଦ ମାନଙ୍କ

ପାଦରେ ପ୍ରଣିପାତ

ଜୟ ହେ ଜୟ ଜୟ ତ୍ରିରଙ୍ଗା

ଜୟ ମାଆ ମୋ ଭାରତ ।



Rate this content
Log in

Similar oriya poem from Inspirational